କେନ୍ଦ୍ରାପଡାରେ ସଞ୍ଚୟ ପକ୍ଷ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ(ସ୍ୱଳ୍ପ ସଞ୍ଚୟ ସଂଗଠନ) ପକ୍ଷରୁ ସଞ୍ଚୟ ପକ୍ଷ ପାଳନ ଅବସରରେ ଏକ ସାଧାରଣ ସଭା ଜିଲ୍ଲା ଯୋଜନା ଏବଂ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡା ଡାକମଣ୍ଡଳ ଅଧିକ୍ଷକ ଦେବରାଜ ସେଠୀ, ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ମଳୟ କୁମାର ମିତ୍ର, ନାବାର୍ଡର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ଅଶୋକ କୁମାର ଆଚାର୍ଯ୍ୟ, ଡି.ପି.ଏମ.ୟୁ.ର ଡେପୁଟୀ ଡାଇରେକ୍ଟର ଆରତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନତା ସୃଷ୍ଟି କରିବା ଓ ଆଗାମୀ ଭବିଷ୍ୟତ ପ୍ରତି ସଞ୍ଚୟ ମନୋବୃତ୍ତି ଜାଗ୍ରତ କରିବା ଏହି ପକ୍ଷ ପାଳନ କରିବାର ଉଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ବିଶେଷ କରି ନିଜ ଅର୍ଥକୁ ସୁରକ୍ଷିତ ରଖିବା ପାଇଁ କେବଳ ସ୍ୱୀକୃତିପ୍ରାପ୍ତ ଅଧିକୃତ ଓ ପଞ୍ଜୀକୃତ ସଂସ୍ଥା ବା ବ୍ୟାଙ୍କ ଓ ଡାକଘରେ ଅର୍ଥ ଜମା ରଖିବାକୁ ଆହ୍ୱାନ ଦିଆଯାଇଥିଲା । ସ୍ୱଳ୍ପ ସଞ୍ଚୟ ବିଭାଗର ବରିଷ୍ଠ ରାଜସ୍ୱ ସହାୟୀକା ରୀନା ନାଥ ଓ କର୍ମଚାରୀ ଭାଗବତ ସାହୁ ସଭା ଆୟୋଜନରେ ସହାୟତା କରିଥିଲେ । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଅମ୍ବରୀଶ ସାମଲ ଅତିଥି ପରିଚୟ, ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ