କାକଟପୁର ଠାରେ ସଦଭାବନା ସଂସଦ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ସ୍ଥିତ ମୋତିମଣ୍ଡପ ଠାରେ ଜାମୀଆତ ଉଲ୍ଲମା -ଏ-ଓଡିଶା ଜୋନାଲ ଅଫିସ କଟକଣା ଆନୁକୂଲ୍ୟରେ ସବୁ ଧର୍ମାବଲମ୍ବୀ ମାନଙ୍କୁ ନେଇ ଜାତୀୟ ସଂହତି କାର୍ଯ୍ୟକ୍ରମ “ସଦଭାବନା ସଂସଦ” ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଭୟ ହିନ୍ଦୁ ଓ ମୁସଲିମ ବୁଦ୍ଧିଜୀବୀ, ଶିକ୍ଷାବିତ, ଧର୍ମଗୁରୁ, ଭଲମା, ଇମାମ, ଜାତୀୟସ୍ତରର ରାଜନେତା, ସମାଜସେବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇ ଆମ ଦେଶ, ଜାତିର ସଂସ୍କୃତି, ସହନଶୀଳତା,ସାମ୍ବିଧାନିକ ମୂଲ୍ୟବୋଧ ବିଭିନ୍ନତା ମଧ୍ୟରେ ଏକତା, ଭାଇଚାରା, ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାର ଉପରେ ଆଲୋକପାତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାସଂଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ ଯୋଗଦାନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ଜମିଆତ ଉଲ୍ଲମା -ଏ -ଓଡିଶାର ରାଜ୍ୟ ସମ୍ପାଦକ ମୌଲାନା ମହମ୍ମଦ ତକି,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ଭୁବନେଶ୍ୱର ବାର କାଉନସିଲର ପୂର୍ବତନ ସଭାପତି ଜୀୟାଉଲ ହକ, କଂଗ୍ରେସ ଯୁବନେତା ବିଶ୍ୱଭୂଷଣ ଦାସ, ସମାଜସେବୀ ଏସ ଏସ ତଲତୁଫ, ବରକତ ଅଲ୍ଲୀ ତନବୀର, ପ୍ରଜାପିତା ବ୍ରହ୍ମକୁମାରୀ କାକଟପୁର ଶାଖାର ପରିଚାଳକ ବି କେ କୁନ୍ତଳା, ଶିକ୍ଷାବିତ ଲକ୍ଷ୍ମୀଧର ଖୁଣ୍ଟିଆ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାହୁ, ଶେଖ ଖୁର୍ସିଦ,ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟ ଦଳାଇ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ମହାନ୍ତି, ମନ୍ତ୍ରୀ ପ୍ରତିନିଧି କବିରାଜ ବିଶ୍ୱାଳ, କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଇତିହାସ ବିଭାଗ ପ୍ରଧ୍ୟାପକ ଡ଼ଃ ଇମ୍ରାନ ଖାନ, ଜମିଆତ ର ପୁରୀଜିଲ୍ଲା ସଭାପତି ମୌଲାନା ଅବଦୁଲ କଲାମ ଆଜାଦ ପ୍ରମୁଖ ଯୋଗଦେଇ ଦେଶରେ ରହିଥିବା ବିଭିନ୍ନତା ମଧ୍ୟରେ ଏକତା, ସାମ୍ବିଧାନିକ ଅଧିକାର,ସହନଶୀଳତା, ଗଣତନ୍ତ୍ରର ମୂଲ୍ୟବୋଧ ଆମ୍ଭକୁ ଏକ ସୂତ୍ରରେ ବାନ୍ଧି ରଖିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଇତିହାସରେ ସ୍ୱାଧୀନତା ସଂଗ୍ରାମୀଙ୍କ ଏକତା ଓ ବଳିଦାନର ସ୍ମୃତିଚାରଣ କରିଥିଲେ। ଏଭଳି ଏକ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିବା ଆୟୋଜକଙ୍କୁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ l ମୌଲାନା ମହମ୍ମଦ ୟାକୁବଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ ଫଜଲୁର ରହମାନ ଇସ୍ଲାହୀ, ମୋଦାସର ଖାନ ଓ ମୌଲାନା ଅବଦୁଲ ଅଜିଜ ପ୍ରମୁଖ ସଂଯୋଜନା କରିଥିଲେ । ଏହି ଅବସର ରେ ସ୍ଵାଧିନତା ସଂଗ୍ରାମୀ ସୋମନାଥ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


