ମା’ ନିମଦାରୁ ପୀଠରେ ଭାଗବତ ସପ୍ତାହ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତର ପାଳକଣା ଗ୍ରାମସ୍ଥିତ ନୀମଦାରୁ ପୀଠରେ ଭାଗବତ ସପ୍ତାହ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସମାରୋହରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଭାଗବତର ମହିମା ଏବଂ ଭାଗବତର ନିଗୁଢ ନିର୍ଯ୍ୟାସ ଉପରେ ଆଲୋକପାତ କରିଥିଲେ । ଭାଗବତର ମହିମା ମନୁଷ୍ୟ ଯେପରି ଶରୀର ନିର୍ଯ୍ୟାସ କରିବା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ସେପରି ମନୁଷ୍ୟ ନିତ୍ୟ ନିୟମିତ ଭାଗବତ ପାଠ କରିବା ପାଇଁ ମଧ୍ୟ ବିଧି ରହିଛି । ମନୁଷ୍ୟ ଶାସ୍ତ୍ର, ଧର୍ମ ଓ ନୀତିକୁ ଭୁଲି ବିପଥଗାମୀ, ପଥଭ୍ରଷ୍ଟ ହେଉଥିବାରୁ ଶ୍ରୀମା କହିଛନ୍ତି ଯେ ମଣିଷ ସମାଜ ଆଧ୍ୟାତ୍ମିକ ମାର୍ଗକୁ ବାଛିନେବା ଆବଶ୍ୟକ କାରଣ ସ୍ୱଳ୍ପାୟୁ ମନୁଷ୍ୟ ପାଖରେ ଆଉ ସମୟ ନାହିଁ । କଳିଯୁଗରେ କେବଳ ନାମ ହିଁ ଶ୍ରେଷ୍ଟ ନିଶ୍ୱାସ । ନୈବ ବିଶ୍ୱର କଦାରୁଦ୍ର ଭବିଷ୍ୟତି ଅର୍ଥାତ ନିଶ୍ୱାସକୁ ବିଶ୍ୱାସ ନାହିଁ କାରଣ କେତେବେଳେ ପ୍ରାଣ ଚାଲିଯିବ । ତେଣୁ ଭାଗବତ ନାମ, କୀର୍ତ୍ତନ, ଭଜନ, ଜପ, ତପ, ପ୍ରାୟାଣ ଓ ସତ୍‌ଶାସ୍ତ୍ର ପଠନରେ ନିମଗ୍ନ ରହି ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଟା ପାଇଁ ସମବେତ ପ୍ରାର୍ଥନା କରିବା ଉଚିତ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀଧର ରାଉତ, ସୁନାକର ରାଉତ, ଗଗନ ସିଂହ, ଶ୍ରୀବତ୍ସ , ଅକ୍ଷୟ ପାତ୍ର, ଅଭିମନ୍ୟୁ ନାୟକ, ବୈଦନନା, କୈଳାସ ପଣ୍ଡା, ଅଶୋକ ଦାସ, ମଧୁସୁଦନ ରାଉତ, ମହେଶ୍ୱର ପାତ୍ର, ଶ୍ରୀଧର ପାତ୍ର, ଅଚୁତୀ ନାୟକ, କୃଷ୍ଣ ନାୟକ, ନୃସିଂହ ସିଂହ, ବୈକୁଣ୍ଠ ରାଉତ, ଗୁନା ସିଂହ, ଶାନ୍ତିଲତା ରାଉତ, ସଲିଳା ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ