କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ରାଜ୍ୟର ସର୍ବଶ୍ରେଷ୍ଠ ଅର୍ବାନ ବ୍ୟାଙ୍କ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ରାଜ୍ୟର ସର୍ବଶ୍ରେଷ୍ଠ ଅର୍ବାନ ବ୍ୟାଙ୍କ ଭାବେ ପୁରସ୍କୃତ ହୋଇଛି । ଗତ ସୋମବାର ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଭୂବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପ ପରିସରରେ ରାଜ୍ୟ ସମବାୟ ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କକୁ ପୁରସ୍କୃତ କରିଛନ୍ତି । ସେହି ଉତ୍ସବରେ ରାଜ୍ୟ ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ଜେନା, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ଚଢା, ରାଜ୍ୟ ସମବାୟ ନିବନ୍ଧକ ଡଃ. ଉଦ୍ଧବ ଚନ୍ଦ୍ର ମାଝି ଏବଂ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପକ୍ଷରୁ ସଭାପତି ଗୁରୁପ୍ରସାଦ ମହାନ୍ତି, ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମଳିକ, ବିଧୁଭୂଷଣ ମହାପାତ୍ର, ସଧାଂଶୁଶେଖର ପ୍ରତାପ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ରାଜୀବଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ଭଞ୍ଜକିଶୋର ଜେନା, ସୁକାନ୍ତ କୁମାର କର, ମନୋରଞ୍ଜନ ମହାନ୍ତି, ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ