ଆନନ୍ଦପୁରରେ ଜାତୀୟ ପ୍ରେସ ଦିବସ ପାଳିତ

ଆନନ୍ଦପୁର, (ବିକାଶ ବିଶ୍ୱାଳ):ଆନନ୍ଦପୁର ପ୍ରେସ କ୍ଲବ ପକ୍ଷରୁ ଝାଡେଶ୍ୱର ମନ୍ଦିର ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସକ୍ଲବର ସଭାପତି ଲୋକନାଥ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୁୟାଁ ଅତିଥି ଭାବେ ଯୋଗଦେଇ ଜାତୀୟ ପ୍ରେସ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ସାମ୍ବାଦିକ ଓ ପୁଲିସ ମଧ୍ୟରେ ସମନ୍ୱୟ ରହିଲେ ସମାଜର ହୀତ ସାଧିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ଶତୃଘ୍ନ ସାହୁ, ଦିଲ୍ଲିପ କୁମାର ମିଶ୍ର, ଶ୍ରୀକୁମାର ମିଶ୍ର, ସତ୍ୟଜିତ ସାହୁ, କିଶୋର ଆଚାର୍ଯ୍ୟ, ନାରାୟଣ ସାହୁ, ରଞ୍ଜନ କୁମାର ସା, ଗୋପାଳ କୃଷ୍ଣ ରାଉତ ପ୍ରମୁଖ ଜାତୀୟ ପ୍ରେସ ଦିବସ ଓ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସମ୍ପାଦକ ସନ୍ତୋଷ କୁମାର ରାଉତ ପ୍ରାରମ୍ଭିକ ସୁଚନା ଦେଇଥିବାବେଳେ ରାଜୀବ ଲୋଚନ ଜେନା, ସ୍ୱପ୍ନେଶ୍ୱର ପଣ୍ଡା, ରାଜେନ୍ଦ୍ର ପ୍ରସାଦ ଦାଶ, ଉପେନ୍ଦ୍ର କୁମାର ସାହୁ, ସରୋଜ କୁମାର ପରିଡା, ଗୋପୀନାଥ ପାତ୍ର ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ