ଅଜଣା ରୋଗରେ ଦୁଇପରିବାର ୬ମୃତ, ଆତଙ୍କିତ ଗ୍ରାମବାସୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତ ନୁଆସାହି ଗ୍ରାମରେ ଖେଳି ଯାିଛି ଆତଙ୍କ । ଗତ ମାସକ ମଧ୍ୟରେ ଗାଁରେ ୧୭ଜଣ ବ୍ୟକ୍ତି ଅଜଣା ରୋଗରେ ମୃତୁ୍ୟବରଣ କରିଥିବାବେଳେ ଏବେବି ଅନେକ ଲୋକ ଆକ୍ରାନ୍ତ ହୋଇ ପଡିଛନ୍ତି । ଗତ କିଛିଦିନ ଭିତରେ ଦୁଇଟି ପରିବାରର ୬ଜଣ ବ୍ୟକ୍ତି ମୃତୁ୍ୟବରଣ କରିବା ଦ୍ୱାରା ଦୁଇଟି ପରିବାର ସମ୍ପୁର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ଗାଁର ସୀତା ନାୟକଙ୍କ ଶ୍ୱଶୁର ଗତ କିଛିମାସ ତଳେ ମୃତୁ୍ୟବରଣ କରିଥିବାବେଳେ ଶାଶୁ ମାଧେଇ ନାଏକ ବର୍ଷେହେଲା କିଡିନି ରୋଗରେ ପିଡିତ ଥାଇ ଭଦ୍ରକ ଓ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରେ ପଡି ରହିଥିଲେ । ଗତ କିଛିଦିନ ତଳେ ସ୍ୱାମୀ ଅର୍ଜୁନ ନାଏକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମଧ୍ୟ କଟକ ନିଆଯାଇ ଚିକିତ୍ସା କରାଯାଇଥିଲା । ପେଟ ଭିତରେ ପରିଶ୍ରା ଜମିଯିବା ଡାକ୍ତର କହିବା ସହିତ ପାଇପ ଲଗାଇ ଘରକୁ ପଠାଇ ଦେଇଥିଲେ । ଗତ ୧୧ଦିନ ତଳେ ଅର୍ଜୁନଙ୍କ ମୃତୁ୍ୟ ଘଟିଥିବାବେଳେ ତାର ୩ଦିନ ପରେ ଶାଶୁ ମାଧେଇଙ୍କ ମୃତୁ୍ୟ ଘଟିଥିଲା । ଏବେ ସୀତା ନାଏକ ତାର ଏକମାତ୍ର ଶିଶୁକନ୍ୟାକୁ ଧରି ନାନା ଆଶା ଆଶଙ୍କାରେ କାଳ କାଟୁଛି । ସେହିପରି ଗତ କଛିଦିନ ଭିତରେ ୍ରଜୟ ଗିରିଙ୍କ ଖୁଡି ବେଲ ଗିରିଙ୍କ ମୃତୁ୍ୟ ଘଟିଥିବାବେଳେ ତାର କିଛିଦିନ ପରେ ଅଜୟର ବାପା ସୁରେନ୍ଦ୍ର ଗିରି, ମା ରାଣୀ ଗିରିଙ୍କ ମୃତୁ୍ୟ ଘଟିଥିଲା । ଆଜି ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଏହି ଗାଁକୁ ବୁଲିବାକୁ ଯାଇଥିବାବେଳେ ଲୋକମାନେ ଘେରିଯାଇ ତାଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ଗାଁରେ ୪ଟି ଯାକ ନଳକୂପରୁ ଯେଉଁ ପାଣି ବାହାରୁଛି ତାହା ଅତି ବିଷାକ୍ତ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଗାଁକୁ ପାଇପ ଯୋଗେ ଯେଉଁ ବିଷୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ତାହା ବ୍ଲିଚିଂ ପାଉଡର ଭଳି ବାସୁଥିବାରୁ ଲୋକମାନେ ତାହାକୁ ନ ପିଇ ନଳକୂପ ପାଣି ପିଉଛନ୍ତି । ଯାହା ଦ୍ୱାରା ଏପରି ଘଟୁଥିବା କହିବାପରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଏନେଇ ଜିଲ୍ଲା ସ୍ୱାସ୍ତ୍ୟ ବିଭାଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ଓ ପାଇପ ପାଣିକୁ ଫୁଟାଇ ବ୍ୟବହାର କରିବା ଲାଗି ଗାଁ ଲୋକ ମାନଙ୍କୁ ବୁଝାଇଛନ୍ତି । ତୁରନ୍ତ ଏକ ଡାକ୍ତରୀଦଳ ପଠାଇ ତଦନ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଅସହାୟ ପରିବାର ଗୁଡିକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ତୁରନ୍ତ ଟିମ ପଠାଇ ମୃତୁ୍ୟର କାରଣ ସମ୍ପର୍କରେ ତଦନ୍ତ କରିବା ସହିତ ସେହି ଗାଁର ପାନୀୟ ଜଳକୁ ପରୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବୁ ବୋଲି କହିଛନ୍ତି ।