କନ୍ଧମାଳରେ ତ୍ରୟୋଦଶ ପୁସ୍ତକ ମେଳା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସହ ଓ ପଞ୍ଚଦଶ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଫୁଲବାଣୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଭାଗୃହରେ ଆଗାମୀ ତ୍ରୟୋଦଶ ପୁସ୍ତକ ମେଳା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସହ ଓ ପଞ୍ଚଦଶ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨୦୨୩ ଫେବୃୟାରୀ ୧୨ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ତ୍ରୟୋଦଶ ବନଜ୍ୟୋସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ପାଳନ ପାଇଁ ସ୍ଥିର ହୋଇଥିବା ଏକ ପ୍ରେସ୍ ବିବୃତ୍ତିରେ ଦର୍ଶାଯାଇଛି। ଏହି ଅବସରରେ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନିର୍ବାଚନ ପରିଚାଳନାରେ ଆଗାମୀ ଦୁଇ ବର୍ଷ ପାଇଁ ପଞ୍ଚଦଶ ନିର୍ବାଚନ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା, ଉପ ସଭାପତି ଭାବେ ସୁଜିତ୍ କୁମାର ବେହେରା ଏବଂ ଶରତଚନ୍ଦ୍ର ମହାନ୍ତି , ମୁଖ୍ୟ ସମ୍ପାଦକ ଭାବେ କାହ୍ନୁ ଚରଣ ଶତପଥୀଙ୍କୁ ଚୟନ କରା ଯାଇଥିବା ବେଳେ ସହ ସମ୍ପାଦକ ଭାବେ ଓମ୍ ପ୍ରକାଶ ପଣ୍ଡା, ସଙ୍ଗଠନ ସମ୍ପାଦକ ଭାବେ ସୋମନାଥ ସାହୁ ରହିଥିବା ବେଳେ ସାଂସ୍କୃତିକ ସମ୍ପାଦିକା ଭାବେ ବିରାଜିନୀ ମହାପାତ୍ରଙ୍କୁ ଚୟନ କରାଯାଇଛି। ସେିଭଳି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ପ୍ରମୋଦ କୁମାର ସାହୁ, ରଞ୍ଜନ କୁମାର ଗିରି, ସୁଶ୍ରୀ ଶିବାନୀ ସୁଆର, ରୂପମ୍ବୀକା ତ୍ରିପାଠୀ, ସରସ୍ୱତୀ ସାହୁ ଓ ଏନ୍.ଲୀନା ଚାନ୍ଦ ରହିଛନ୍ତି। ମୁଖ୍ୟ ଉପଦେଷ୍ଟା ଭାବେ ପ୍ରାଧ୍ୟପକ ତୀର୍ଥ ଜାନୀ ଓ ବରିଷ୍ଠ ଉପଦେଷ୍ଟା ଭାବେ କୈାଶିକ ସାହୁଙ୍କ ସମେତ ଉପଦେଷ୍ଟା ମଣ୍ଡଳିରେ ବିଷ୍ଣୁ ପ୍ରସାଦ ମିଶ୍ର ଓ ବଂଶୀଧର ପଣ୍ଡାଙ୍କୁ ରଖା ଯାଇଛି। ଆଗାମୀ ଫେବୃୟାରୀ ମାସରେ ତ୍ରୟୋଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ କରିବା ପାଇଁ ସ୍ଥିର କରାଯାଇଥିବା ବେଳେ ୨୦୨୩ ଜୁନ୍ ମାସ ଠାରୁ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ରଜ ଉତ୍ସବ ପାଳନ କରିବା ପାଇଁ ସ୍ଥିର କରାଯାଇଛି। ପୁସ୍ତକ ମେଳା ଅବସରରେ କନ୍ଧମାଳ ଜିଲାର ବହୁ ବିଶିଷ୍ଟ ପ୍ରତିଭା ଧାରୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ