ମାଗଣା ସ୍ୱାସ୍ଥ୍ୟ ସେବା ଶିବିର: ୪୫୦ ଜଣ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଲେ
ବନ୍ତ, (ଚାନ୍ଦିନୀ ମହାନ୍ତି):ସତ୍ୟସାଇ ବାବାଙ୍କ ୯୭ତମ ଜନ୍ମ ଜୟନ୍ତୀ ଅବସରରେ ବନ୍ତସ୍ଥିତ ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ବନ୍ତସ୍ଥିତ ସାଇ ସମିତି ଓ ଗଭରପୁରସ୍ଥିତ ଚାରୁ ସାବିତ୍ରୀ ଚାରି ଟେବୁଲ ଟ୍ରଷ୍ଟ ଆନୁକୂଲ୍ୟ ତଥା ଅବସରପ୍ରାପ୍ତ ଅଧ୍ୟାପକ ନାଟ୍ୟକାର ଡଃ.ସୁଧାଂଶୁ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ସତ୍ୟ ସାଇ ସେବା ସଂଗଠନର ରାଜ୍ୟ ଟ୍ରଷ୍ଟ ସଦସ୍ୟ ଇଂ.ସନାତନ ପାତ୍ର ଉଦ୍ଘାଟନ କରିଥିଲେ । ଏଥିରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଅଧ୍ୟାପକ ସରେଶ ନାୟକ, ଭଦ୍ରକସ୍ଥିତ ସତ୍ୟ ସାଇ ବିଦ୍ୟା ବିହାରର ସଭାପତି ମନୋଜ ନାୟକ, ଗୌରାଙ୍ଗ ଧଳ, ଚାଇଁପୁର ସେବା ସମବାୟ ସମିତିର ସଭାପତି ଅଜୟ ନାୟକ, ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା, ଅବସରପ୍ରାପ୍ତ କର୍ମଚାରୀ ନୃସିଂହ ବାରିକ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗରେ ୪୫୦ ଜଣ ରୋଗୀ ନାମ ପଞ୍ଜୀକରଣ କରାଇ ସ୍ୱାସ୍ଥ୍ୟ ସେବା ପାଇଥିଲେ । ଶିବିରରେ ଚିକିତ୍ସକ ଭାବେ ଡାକ୍ତର ପ୍ରିୟ ରଂଜନ ବାରିକ, ଡାକ୍ତର ପ୍ରଶାନ୍ତ କୁମାର ପରିଡା, ଡାକ୍ତର ରାଧାରମଣ ସାହୁ, ଡାକ୍ତର ମମତା ନାୟକ, ଡାକ୍ତର ସ୍ମୃତି ରଂଜନ ସାମଲ, ଡାକ୍ତର ଚନ୍ଦ୍ରକାନ୍ତ ଜେନା, ଡାକ୍ତର ବ୍ଲୁଇସ୍ ପଟ୍ଟନାୟକ, ଡାକ୍ତର ସନ୍ତୋଷ କୁମାର ପୃଷ୍ଟି ଥିବା ବେଳେ ଫାର୍ମାସିଷ୍ଟ ଉଦୟନାଥ ପଣ୍ଡା, ବସନ୍ତ କୁମାର ଜେନା ସହଯୋଗ କରିଥିଲେ । ଶିବିର ପରିଚାଳନାରେ ଆଇନଜୀବି ମାଧବାନନ୍ଦ ଦାସ, କେଦାରନାଥ ମହାନ୍ତି, ହେମନ୍ତ ମଲ୍ଲିକ, ଅନ୍ତର୍ଯ୍ୟାମୀ ବେହେରା, ନବ ଜେନା, ରବିନ୍ଦ୍ର ସେଠୀ, ଗୌରାଙ୍ଗ ବେହେରା, କ୍ଷୀତିଶ ନାୟକ, କୁନା ସାହୁ, ଶକ୍ତିଧର ରାଉତ, ଗଣନାଥ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।