୧୯୮୦ ବନ୍ୟାର ୪୬ବର୍ଷ ପୂର୍ତ୍ତିରେ ଆଲୋଚନା ଚକ୍ର

 ଗୁଣପୁର(ୱାଇ ଏନ ଏସ):  ବଂଶଧାରା ନଦୀର ତଟବର୍ତ୍ତି ଅଞ୍ଚଳର ସୁରକ୍ଷା ସହ ଚାଷ ଜମିକୁ ଜଳସେଚନ ନିମନ୍ତେ ଗୁଡାରୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ ଏବଂ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ସହ ଗୁଣପୁର ଠାରେ ଏକ ସ୍ଥାୟୀ ରିଲିଫ କ୍ୟାମ୍ପ ସ୍ଥାପନର ଆବଶ୍ୟକତା ଉପରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଗୁରୁତ୍ବାରୋପ । ସ୍ଥାନୀୟ ବଂଶଧାରା ସାହିତ୍ୟ ସମାଜ ଆନୁକୁଲ୍ୟରେ ୧୬-୧୭ ସେପ୍ଟେମ୍ବର  ୧୯୮୦ ଗୁଣପୁର ମହାପ୍ରଳୟ ବନ୍ୟାର ସ୍ମୃତି ଓ ସମ୍ଭାବନା”ଶୀର୍ଷକ  ଉପରେ ଅନୁଷ୍ଠିତ ଆଭାସି ଆଲୋଚନା ଚକ୍ରରେ ଯୋଗଦେଇ  ପୂର୍ବତନ ଉପ ଜିଲ୍ଲାପାଳ ଚିନ୍ମୟ ବସୁ, ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାପାଳ  ସଞ୍ଜିବ  ହୋତା ଏବଂ ପୁଲିସ ଅଧିକ୍ଷକ ବିପିନ ବିହାରୀ ମିଶ୍ର ପ୍ରମୁଖ ୧୯୮୦ ମସିହାର ବଂଶଧାରା ନଦୀର ବନ୍ୟା ଏବଂ ଏହାର ପ୍ରଭାବ ଉପରେ ନିଜର ପ୍ରତ୍ୟକ୍ଷ ଅଭିଜ୍ଞତାର ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମର ଆଲୋଚକ  ଶ୍ରୀ ସଞ୍ଜିବ ହୋତା ୧୯୮୦ ମସିହା ଗୁଣପୁର ବନ୍ୟା ର ବିଭୀଷିକା ସମ୍ବନ୍ଧରେ ଆଲୋକପାତ କରି କହିଥିଲେଯେ ବନ୍ୟା ଖବର ପାଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ରହିଥିବା ଗୁଣପୁରରେ ପହଞ୍ଚିବାକୁ ସେମାନଙ୍କୁ ତିନି ଦିନ ଲାଗିଥିଲା। ମାଲକାନଗିରିରୁ ଇଞ୍ଜିନ ବୋଟ ଆସିବାପରେ ବଂଶଧାରା ନଦୀ ପାର ହୋଇ ଗୁଣପୁରରେ ପହଞ୍ଚି ଋଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ।  ୧୯୮୦ ମହାପ୍ରଳୟଙ୍କରୀ ଘଟଣାର ମୁକ ସାକ୍ଷୀ ତତ୍କାଳୀନ ଉପଜିଲ୍ଲାପାଳ  ଚିନ୍ମୟ ବସୁ, ନିଜେ ଅଙ୍ଗେ ନିଭାଇଥିବା ଘଟଣା ଗୁଡ଼ିକ ସ୍ମୃତି ଚାରଣ କରି  ବନ୍ୟାରେ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା  ବୋଲି ସ୍ପଷ୍ଟ କରିଥିଲେ। ନିଜ ଦ୍ବାରା ଲିଖିତ  ପୁସ୍ତକ  Men and Memories: In the Civil Service and Beyond ଏବଂ ଜୀବନର ଝରକଲମ ପୁସ୍ତକରେ ଗୁଣପୁର ବନ୍ୟା ସମ୍ପର୍କରେ ଲିପିବଦ୍ଧ କରିଥିବା ନେଇ ଶ୍ରୀ ବସୁ ସୂଚନା ଦେଇଥିଲେ l ଅନ୍ୟତମ  ଆଲୋଚକ ତତ୍କାଳୀନ ପୁଲିସ ଅଧିକ୍ଷକ ଶ୍ରୀ ବିପିନ ବିହାରୀ ମିଶ୍ର ଗୁଣପୁର  ବନ୍ୟା ପରିସ୍ଥିତି, ଜନସାଧାରଣଙ୍କ ବେଦନା ଓ ଉଦ୍ଧାର କାର୍ଯ୍ୟ ରେ ଉପଜିଲ୍ଲାପାଳ ଶ୍ରୀବସୁଙ୍କ ନିଜ ଘର ବନ୍ୟା ବୁଡିଯାଇ ସମସ୍ତ ଜନିଷ ପତ୍ର ନଷ୍ଟ ହୋଇଯାଇଥିଲେ ମଧ୍ୟ ନିଜ କର୍ତ୍ତବ୍ୟକୁ ନଭୁଲି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଋଲିଫ ବଣ୍ଟନରେ ଲାଗିପଡିଥିଲେ। ଶ୍ରୀ ମିଶଗ୍ର ତାଙ୍କର  କାର୍ଯ୍ଯ ଦକ୍ଷତା, ତ୍ୟାଗ ଓ ମହାନତାର ଗାଥା ବଖାଣିଥିଲେ। ସେହି ସମୟରେ ପ୍ରଥମେ ପାରଳାଖେମୁଣ୍ଡି, ରାୟଗଡାରୁ ରିଲିଫ ଆସି ପହଞ୍ଚିଥିବା ବେଳେ ରାମକୃଷ୍ଣ ମିଶନ ଏବଂ ଆରଏସଏସ ଦଳର ସେବା କାର୍ଯ୍ୟର ସ୍ମୃତି ଚାରଣ କରିଥିଲେ। ଶ୍ରୀ ମିଶ୍ରଙ୍କ ଦ୍ବାରା ରଚିତ ପୁସ୍ତକ ଜୀବନର ରଫ୍ ଖାତା ଓ କାହାଣୀ ସରିନାହିଁ ପୁସ୍ତକରେ ୧୯୮୦ ଗୁଣପୁର ବଂଶଧାରା ନଦୀ ବନ୍ୟା ଘଟଣାର ସତ୍ୟାସତ୍ୟ ଉପସ୍ଥାପନା କରିଥିବା ସେ କହିଥିଲେ ।। ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ  ଆଭାସୀ କାର୍ଯ୍ୟକ୍ରମକୁ  ଉଦଘାଟନ କରି ନିଜ ଅଭିଭାଷଣରେ  ପୂର୍ବତନ ପ୍ରଶାସକ ମାନଙ୍କର   କାର୍ଯ୍ୟ ଦକ୍ଷତାର ପ୍ରଶଂସା କରିଥିଲେ। ଗତବର୍ଷ ଅକ୍ଟୋବର ମାସରେ ମଧ୍ୟ  ବଂଶଧାରା ନଦୀରେ ବନ୍ୟା ଭଳି ଜଳ ପତ୍ତନ ବୃଦ୍ଧି ପାଇଥିଲା ବେଳେ   ତାହା ଭାଗ୍ୟବସତ ଟଳି ଯାଇଥିଲା ବୋଲି ଶ୍ରୀ ଦୁଧାଲ ପ୍ରକାଶ କରି  ଏହିଭଳି ସ୍ଥିତିରେ ସମସ୍ତେ ସଜାଗ ରହିବା ସହ ପରସ୍ପର ର ସହଯୋଗ ଆବଶ୍ୟକ ବୋଲି  କହିଥିଲେ।।  ବନ୍ୟା ସମୟରେ ତତ୍କାଳୀନ ଉପଜିଲ୍ଲାପାଳ ଚିନ୍ମୟ ବସୁଙ୍କ ନିଷ୍ଠାପର ସେବା ଓ କାର୍ଯ୍ୟ ଦକ୍ଷତାକୁ ବରିଷ୍ଠ ସାମ୍ବାଦିକ ଲୋକନାଥ ପାଣିଗ୍ରାହୀ ପଣ୍ଡିତ  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହ ତୁଳନା କରି ପ୍ରଶଂସା କରିଥିଲେ ।   ଗୁଡାରୀ ର  ରଘୁନାଥ ପାତ୍ର ପାଣି ଡଙ୍ଗର ରେ ଡ଼୍ୟାମ ନିର୍ମାଣ ହେଲେ ବନ୍ୟା ପରିସ୍ଥିତି ରୁ ମୁକ୍ତି ମିଳିବା ସହ ଅଞ୍ଚଳର ଚାଷଜମି ରେ ସୁନାର ଫସଲ ଅମଳ ହେବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷିବିତ କୃଷ୍ଣଚନ୍ଦ୍ର ବେବର୍ତ୍ତା ,  ପ୍ରାଣକୃଷ୍ଣ ପାଣିଗ୍ରାହୀ, ମିଟସ ଇଞ୍ଜିନିୟରିଂ କଲେଜ ଗ୍ରୁପ ଅଧ୍ୟକ୍ଷ ବାଳ କୃଷ୍ଣ ପଣ୍ଡା, ଶିକ୍ଷକ ରମେଶ ମିଶ୍ର,  କୈଳାସ ଦାଶ,  ପ୍ରଦୀପ ସାହୁ, ମୀନକେତନ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବଂଶଧାରା ସାହିତ୍ୟ ସମାଜର ସଭାପତି ସୀମାଞ୍ଚଳ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସୀ କାର୍ଯ୍ୟକ୍ରମରେ      ଜିଆଇସିଏମଏସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ  ଅକ୍ଷୟ ଦାଶ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଯୁକ୍ତା ତ୍ରିପାଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।  ଅଧ୍ୟାପକ ଶେଷସାୟୀ ସେନାପତି ଆଭାସୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ  ଶିକ୍ଷକ ଉମା ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ