ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ଋଷିକୂଲ୍ୟ ରୟତ ମହାସଭାର ଏକ ପ୍ରତିନିଧୀ ଦଳ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଚାଷୀନେତା ସିମାଞ୍ଚଳ ନାହାକ, ଅବନୀ ମହାପାତ୍ର, ବିଜୟ ଗୈାଡ , ବାପିନୀ ନାହାକ ଓ ସପନ ନାହାକଙ୍କ ନେତୃତ୍ୱରେ ଶତାଧୀକ ଚାଷୀ ମାନେ ସ୍ମାରକ ପତ୍ର ପ୍ରଦାନ ବେଳେ ଉପସ୍ଥିତ ରହି ସେମାନଙ୍କ ର ବିଭିନ୍ନ ସମସ୍ୟା ସଂପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସ୍ମାରକ ପତ୍ରରେ ଦର୍ଶାଯାଇଛି ଯେ ପ୍ରତି ମାସକୁ ଥେôର କୃଷକ ମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଅଭିଯୋଗ ଶୁଣାଣୀ କରାଯାଉ, ପ୍ରତି ପଞ୍ଚାୟତରେ ସିଙ୍ଗଲ ୱାୁଇଣ୍ଡ ସିଷ୍ଟମ କାରଯାଇ ରିହାତି ଦରରେ ଚାଷୀଙ୍କୁ ବୀହନ ସାର ଓ କୃଷି ଯନ୍ତ୍ରପାତି ଯୋଗାଇଦିଆଯାଉ । ସରକାରଙ୍କ କାଳିଆ ଯୋଜନାରୁ ବଂଚିତ ଚାଷୀ ଓ ଭାଗଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉ । ବାରହା , ହାତୀ ଓ ଅଦିନିଆ ବର୍ଷା, ରୋଗ ପୋକ ଲାଗି କ୍ଷତିଗସ୍ତ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ । ଧାନ ବିକ୍ରିବାରୁ ବଂଚିତ ହୋଇଥିବା ଚାଷୀଙ୍କ ନାମ ପଂଜିକରଣ କରାଯାଉ । ପୂର୍ବ ବର୍ଷ ପରି ସୋସାଇଟି ଜରିଆରେ ଟୋକେନ୍ ଦେଇ ଧାନ କିଣିବା ବ୍ୟବସ୍ଥା କରାଯାଉ ବୋଲି ଚାଷୀମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ