କାର ଦୂର୍ଘଟଣାରେ ଦୁଇ ସାମ୍ବାଦିକ ଆହତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଏକ ସଡକ ଦୂର୍ଘଟଣାରେ ଦୁଇ ସାମ୍ବାଦିକ ଆହତ ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ହଳଦିଆଗଡାରୁ ପାଟକୁରା ଯାଉଥିବା ସମୟରେ ତାଳସଙ୍ଗାଛକ ନିକଟରେ ରବିବାର ଅପରାହ୍ନ ପ୍ରାୟ ସାଢେ ୨ଟା ବେଳେ ସାମ୍ବାଦିକ ପିନାକି ସାମନ୍ତରାୟ ଓ ସୁବାସ ସ୍ୱାଇଁଙ୍କ ଏକ ବାଇକକରେ ପାଟକୁରା ଯାଉଥିବା ବେଳେ ରଙ୍ଗ ସାଇଡ ୍ରେ ଆସି ଏକ କାର ସମ୍ମୁଖ ଭାଗରୁ ତାଙ୍କ ବାଇକକୁ ଧକ୍କା ଦେବାରୁ ସାମ୍ବାଦିକ ଦ୍ୱୟ ଗୁରୁତ୍ତର ଭାବେ ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସାମ୍ବାଦିକ ପିନାକିଙ୍କ ହାତ ଓ ପିଞ୍ଜରା ହାଡ ଭାଙ୍ଗି ଯାଇଥିବା ବେଳେ ସୁବାସଙ୍କ ପିଞ୍ଜରାରେ ଗୁରୁତ୍ତର ଆଘାତ ଲାଗିଛି । ରିପୋର୍ଟ ଲେଖାଯିବା ବେଳକୁ ଉଭୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବର ପାଇ ପାଟକୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ କାରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।


