କଟକରେ ବଟି ଆଦାୟ କରୁଛି କମିସନରେଟ ପୋଲିସ
କଟକ, (ଯୁଗାବ୍ଦ ନ୍ୟୁଜ):ବ୍ୟବସାୟୀଙ୍କଠାରୁ ଜୋର ଜବରଦସ୍ତ ବଟି ଆଦାୟ କରୁଛି ପୋଲିସ ବାଲିଯାତ୍ରାରେ ଥିବା ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କରୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ। ନଦେଲେ ବ୍ୟବସାୟୀଙ୍କ ବିରୋଧରେ ମିଛ କେସ କରିବାକୁ ଧମକ ଦେଉଛନ୍ତି କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ସବ ଇନ୍ସପେକ୍ଟର ମୋତିଲାଲ ମାରାଣ୍ଡି।କେବଳ ଏତିକି ନୁହେଁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ଉଭୟ ପୋଲିସ ଅଧିକାରୀଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଏକ ଭିଡିଓ ସେୟାର କରି ବିଜେପି ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।


