ଓଲଟି ପଡ଼ିଲା ବସ୍, ୪ ମୃତ, ୩୦ରୁ ଅଧିକ ଆହତ

ଲକ୍ଷେ୍ନø: ଟାୟାର ଫାଟିବାରୁ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ସଡ଼କ ଦୁର୍ଘଟଣାର ଶିକାର ହୋଇଛି । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧରକାରୀ ଟିମ୍ ପହଞ୍ଚି ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରିଛି । ଗତକାଲି ବିଳମ୍ବିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଜୟପୁରରୁ ବିହାର ଯାଉଥିବାବେଳେ ଉତ୍ତରପ୍ରଦେଶ କନୌଜ ଦେଇ ଯାଇଥିବା ଆଗ୍ରା-ଲକ୍ଷେ୍ନø ଏକ୍ସପ୍ରେସରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।  ବସ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାର ଚିତ୍ର ଦେଖିବାକୁ ମିଳିଛି । ବସ୍ କୁ ରାସ୍ତାରୁ ହଟାଇବା ପାଇଁ କ୍ରେନର ସାହାଯ୍ୟ ନେଇଛି ଜିଲ୍ଲା ପ୍ରଶାସନ । ଦୁର୍ଘଟଣା ବାବଦରେ ଖବର ମିଳିବା ପରେ ଜିଲ୍ଲାପାଳ ରବୀନ୍ଦ୍ର କୁମାର, ପୁଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବସଟି ଅଧିକ ବେଗରେ ଆସୁଥିବା ବେଳେ ଟାୟାର ଫାଟି ଯାଇଥିଲା । ଫଳରେ ଜାତୀୟ ରାଜପଥର ଡିଭାଇଡରରେ ଆସି ବସଟି ପିଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ