କନ୍ଧମାଳରେ ଏଡସ୍‌‌ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଶ୍ୱ ଏଡସ୍‌‌ ଦିବସ ପାଳନ-୨୦୨୨ ଅବ୍ୟବହିତ ପୂର୍ବରୁ ଏଡସ୍‌‌ ନିୟନ୍ତ୍ରଣ ନିମନ୍ତେ ରାଜ୍ୟ ଏଡସ୍‌‌ ନିୟନ୍ତ୍ରଣ ସମିତି ଭୂବନେଶ୍ୱର ଓ ସ୍ୱାତୀ ଅନୁଷ୍ଠାନର ମିଳିତ ଉଦ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମେନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲାର ରାଇକିଆ, ଜି.ଉଦୟଗିରି, ଖଜୁରିପଡ଼ା, ଫୁଲବାଣୀ, ଟିକାବାଲି, ଫିରିଙ୍ଗିଆ ଓ କ.ନୂଆଗାଁ ଠାରେ ଆୟୋଜନ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ଏହି ପରିପ୍ରେକ୍ଷିରେ ସାରଙ୍ଗଡ ମହାବିଦ୍ୟାଳୟ ଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରେ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇ ଏଚ୍‌‌.ଆଇ.ଭି ସଂକ୍ରମଣର ଭୟାବହତା ଉପରେ ଆଲୋଚନା କରିବା ସହିତ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିବାର ଶପଥ ନେଇଥିଲେ। ଲକ୍ଷ୍ୟଭେଦୀ ପ୍ରକଳ୍ପ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ ମମତା ଦାସ ଓ କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱରଞ୍ଜନ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସ୍ନେହଲତା ନାୟକ, ସୀତା ରଣା ଓ କନକ ଲତା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଆଗାମୀ ଦିନରେ ସଂକ୍ରମଣ ରୋକିବା ଓ ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତି ବିଶେଷଙ୍କ ସଠିକ ଚିକିତ୍ସା, ଯତ୍ନ ଉପରେ ଗୁରୁତ୍ୱ ଦିଆଯାଇଥିଲା। କଲେଜର ଅଧ୍ୟକ୍ଷ ଅଶୋକ କୁମାର ପାଣିଗ୍ରାହୀଙ୍କ ସମେତ ମହବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ସାମିଲ୍‌‌ ହୋଇଥିବା ବେଳେ ସଂପାଦକ ହରିଶଙ୍କର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ