ଏ.ଆଇ.କେ.ଏସ.

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଅଖିଳ ଭାରତ କୃଷକ ସଭା ଓ ରାମଚଣ୍ଡୀ କୃଷକ ସଭା, ବତୀଘର ପକ୍ଷରୁ ଏକ ମିଳିତ ବୈଠକ ସାଥି ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏ.ଆଇ.କେ.ଏସ.ର ଜିଲ୍ଲା ଆବାହକ ସାଥି ପଦ୍ମନାଭ ଦାସ ବର୍ତ୍ତମାନ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରି ତାଙ୍କ ଠାରୁ ଧାନ କ୍ରୟ କରିବା, କେନ୍ଦ୍ରାପଡାରେ ଏକ ବୃହତ ସରକାରୀ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଫସଲ ବୀମା ପ୍ରଦାନ, ଜଳସେଚନ ଓ ଜଳ ନିଷ୍କାସନ ପ୍ରଭୃତି ଉପରେ ଆଲୋଚନା କରିଥିଲେ । ଏଥିସହିତ ରାମଚଣ୍ଡୀ କୃଷକ ସଭାର ସମ୍ପାଦକ ସାଥି କୈଳାସ ସାହୁ, ଉପସଭାପତି ସାଥି ଧିରେନ ସାମଲ ଯୋଗଦେଇ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲାରେ ଯେଉଁଠି ମିତ୍ତଲ ଷ୍ଟିଲ କମ୍ପାନୀ ତା’ର ପ୍ଲାଣ୍ଟ ପ୍ରତିଷ୍ଠା କରିବ ସେଠାରେ ଚାଷୀଙ୍କ ଠାରୁ ସଂମ୍ପୃକ୍ତ କମ୍ପାନୀ ସିଧାସଳଖ ଜମି କ୍ରୟ କରିବା ସହିତ ଏକର ପ୍ରତି ୫୦ଲକ୍ଷ ଟଙ୍କା ପ୍ରଦାନ କରିବା, ଦୀର୍ଘଦିନ ଧରି ଦଖଲ କରୁଥିବା ଜମିର ମୂଲ୍ୟ ଦେବା, କେନ୍ଦ୍ରାପଡା ଜିଲ୍ଲାର ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ପ୍ରଭୃତି ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ହରେକୃଷ୍ଣ ମାଝି, ସୀତାକାନ୍ତ ନାୟକ, ସଞ୍ଜୟ ବସନ୍ତିଆ, ଭଜହରି ପ୍ରଧାନ, ଅକ୍ଷୟ ମଲିକ, ଧରଣୀଧର ସାହୁ, କୁବେର ସାହୁ, ଦାମୋଦର ମଲିକ, ନିରଞ୍ଜନ ଦାସ ପ୍ରମୁଖ ଜିଲ୍ଲାର ୯ଗୋଟି ବ୍ଲକର ନେତୃତ୍ୱ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତ ନଭେମ୍ବରମାସ ୩୦ତାରିଖରେ ପୂର୍ବାହ୍ନ ୧୦ଟାରେ ଏକ ବିଶାଳ କୃଷକ ଶୋଭାଯାତ୍ରା ଗୋପଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ସମାବେଶ ହୋଇ ଦାବିପତ୍ର ପ୍ରଦାନ କରାଯିବ । ଏହି ସମାବେଶରେ ଅଖିଳ ଭାରତ କୃଷକ ସଭାର ଜାତୀୟ ସାଧାରଣ ସମ୍ପାଦକ ସାଥି ଅତୁଲ ଅଞ୍ଜନା, ରାଜ୍ୟ ସାଧାରଣ ସମ୍ପାଦକ ସାଥି କ୍ଷୀରୋଦ ସିଂଦେଓ, ରାଜ୍ୟ ସଭାପତି ସାଥି ଶଶି ଭୂଷଣ ସ୍ୱାଇଁ, ସି.ପି.ଆଇ.ର ରାଜ୍ୟ ସାଧାରଣ ସମ୍ପାଦକ ସଂଗ୍ରାମୀନେତା ସାଥି ଅଭୟ ସାହୁ, ସି.ପି.ଆଇ.ର ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ବାବାଜୀ ଧଳ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ