କୋଣାର୍କ ଉତ୍ସବ ନିମନ୍ତେ ପୁରୀ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଉତ୍ସବ ନିମନ୍ତେ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଦିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ପର୍ଯ୍ୟଟନ ବିଭାଗ, ଓଟିଡିସି ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସଂଗୀତ, ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ଆୟୋଜିତ ହେବ I ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଜ୍ଯୋତି ଶଙ୍କର ମହାପାତ୍ର, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ପୁରୀଜିଲ୍ଲା ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ I ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସନ୍ଧ୍ୟା ୬ଟାରୁ ଓଡିଶୀ, କୁଚିପୁଡ଼ି, କଥକ, ମଣିପୁରୀ, ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନ ଓ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ବାଲୁକା ଶିଳ୍ପୀଙ୍କ ବାଲୁକା କଳା ପ୍ରଦର୍ଶନ ହେବ I ସେହିଭଳି ହେଲିପ୍ୟାଡ଼ରେ ଅପେରା, ମୀନବଜାର ପାଇଁ ଆଲୋଚନା ହୋଇଥିଲା I ମୀନାବଜାର ବ୍ଯବସାୟୀ ମାନଙ୍କୁ ଆବଣ୍ଟିତ ହେବାକୁ ଥିବା ପ୍ଲଟ ନିମନ୍ତେ ବ୍ଯବସାୟୀ ମାନେ ଆବେଦନ ପତ୍ର ମାଧ୍ୟମରେ ଆବେଦନ କରିବା ପରେ ଏଥିରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଗୋପ ତହସିଲଦାର, ଗୋପ ବିଡିଓ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଲଟେରୀ କରାଯାଇ ପ୍ଲଟ ଆବଣ୍ଟନ କରିବା ପାଇଁ ପୁରୀ ଜିଲ୍ଲାପାଳ ଏନଏସି ନିର୍ବାହୀ ଅଧିକାରୀ ସତ୍ଯ ପ୍ରକାଶ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସମସ୍ତ କାର୍ଯ୍ୟର ଭିଡିଓ ଗ୍ରାଫି ଉତ୍ତୋଳନ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ଏହି ମୀନାବଜାର ପଡୁଥିବା ସ୍ଥାନରେ ଏକ ମିଡିଆ ଗ୍ଯାଲେରୀ କରିବା ପାଇଁ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥର ଭିଡ଼କୁ ଦୃଷ୍ଟିରେ ରଖି ୮ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ I କୋଣାର୍କରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି I ଉତ୍ସବ ପାଞ୍ଚ ଦିନ କୋଣାର୍କ, ହେଲିପ୍ୟାଡ଼ ଓ ଚନ୍ଦ୍ରଭାଗା ବଜାରର ମୁଖ୍ୟ ଛକରେ ସିସିଟିଭି ଲଗାଯିବ I ଉତ୍ସବ ସମୟରେ ସୁରକ୍ଷା, ପାର୍କିଂ,ଆଲୋକ ବ୍ୟବସ୍ତା ସହିତ କୋଣାର୍କ ଏନଏସି ଆଦି ବିଭାଗକୁ ସୁଚାରୁରୂପେ କାର୍ଯ୍ୟ ତୁଲାଇବା ପାଇଁ ନିର୍ଦେଶ ଦିଆଯାଇଥିଲା I କୋଣାର୍କରୁ ଜୁଣେଇ ରାସ୍ତା ମରାମତି, ନୃତ୍ୟ ସମୟରେ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଚାର କଟକଣା, ପ୍ରବେଶ ଓ ପ୍ରସ୍ଥାନ ପଥ ନିର୍ମାଣ ଆଇବି ଛକରୁ ଚନ୍ଦ୍ରଭାଗା ଆଲୋକ ବ୍ୟବସ୍ତା ନିମନ୍ତେ ନିଷ୍ପତି ନିଆଯାଇଥିଲା I ଏହି ବୈଠକରେ ଅନ୍ୟମାନଙ୍କ ଗୋପ ତହସିଲଦାର ଏସକେ ସାଗିର, ନିମାପଡ଼ା ଡିଏସପି ଦେବାଶିଷ ମିଶ୍ର, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ I