କଳ୍ପତରୁ ସେବାସଙ୍ଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଶ୍ରୀ ଶ୍ରୀଲ ରାମଦାସ ବାବାଜୀଙ୍କ ସ୍ମରଣ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶ୍ରୀ ଶ୍ରୀ କଳ୍ପତରୁ ସେବାସଙ୍ଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଶ୍ରୀ ଶ୍ରୀଲ ରାମଦାସ ବାବାଜୀଙ୍କ ୬୯ତମ ସ୍ମରଣୋତ୍ସବ କଜଳାସ୍ଥିତ ନୃସିଂହ ଟିକିରି ମଠରେ ଗତ ୧୩ତାରିଖରୁ ଆରମ୍ଭ ହୋଇ ୨୩ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମଠର ପରିଚାଳକ ବାବାଜୀ ହୃଷିକେଶ ଦାସ ମହାରାଜଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ରଥମେ ଅଖଣ୍ଡ ନାମସହ ନାମାଚାର୍ଯ୍ୟ ଶ୍ରୀମଦ୍ ବାୟାବାବାଙ୍କ ଶ୍ରୀ ତୈଳଚିତ୍ରକୁ ନୃସିଂହ ଟିକିରି ମଠକୁ ଶୁଭାଗମନ ପରେ ସେହି ମଠର ପୂର୍ବତନ ପରିଚାଳନା ଟ୍ରଷ୍ଟି ପୂଜ୍ୟ ହୃଦୟ ଚୈତନ୍ୟ ଦାସ ବାବାଜୀ(ହରିବାବା)ଙ୍କ ତିରୋଧାନ ଉପଲକ୍ଷେ ବୈଷ୍ଣବ ସେବା ସହିତ ସନ୍ଧ୍ୟାରେ ନବରାତ୍ର ନାମଯଜ୍ଞ ଓ ଗୈାସ୍ୱାମୀ ତୁଳସୀ ଦାସ କୃତ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣର ସୁବାଧିବାସ କରାଯାଇ ତା ପରଦିନ ଶ୍ରୀରାମଚରିତ ମାନସ ଗ୍ରନ୍ଥ ପାଠ ଆରମ୍ଭ କରାଯାଇଥିଲା । ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ(ବୁଲୁନନା) ନୃସିଂହ ଭଗବାନଙ୍କ ନିକଟରେ ଜଗନ୍ନାଥ ଦାସଙ୍କ କୃତ ଓଡିଆ ନବାକ୍ଷରୀ ଛନ୍ଦରେ ଲିଖିତ ଭାଗବତକୁ ପାଠ କରିଥିଲେ । ପ୍ରତ୍ୟେହ ସନ୍ଧ୍ୟାରେ କଳ୍ପତରୁ କଥାଯଜ୍ଞରେ ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ କଥା ସଂସ୍କୃତିର କଥାବାଚକ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସଜୀ ମହାରାଜ, ଢେଙ୍କାନାଳର ପୂଜ୍ୟ ସନ୍ଥ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ ମହାରାଜ, କଟକ ବାୟାବାବା ମଠର ପୂଜ୍ୟ ସନ୍ଥ ବିପିନ ବିହାରୀ ଦାସ ମହାରାଜ “ଗୁରୁରୂପେ ନାରାୟଣ” ଶୀର୍ଷକ ପ୍ରବଚନ ପ୍ରଦାନ କରିଥିଲେ । ବୁଧବାର ନଗର ସଙ୍କୀର୍ତ୍ତନ, ୧୦୮ ଜଳରେ ମହାଭିଷେକ ସହିତ ପୂର୍ବାହ୍ନରେ ସପାର୍ଷଦ ଶ୍ରୀମନ ମହାପ୍ରଭୁଙ୍କ ଭୋଗ ଆରାଧନା ଓ ସୂଚକ କୀର୍ତ୍ତନ କରାଯାଇ ମହୋତ୍ସବର ବିରତି କରାଯାଇଥିଲା । ଏହି ସ୍ମରଣୋତ୍ସବରେ ଜିଲ୍ଲାରୁ ବହୁ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଗୁରୁବର୍ଗଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥିଲେ । ଦୀର୍ଘ ୧୧ଦିନ ବ୍ୟାପି ଏହି ମହୋତ୍ସବକୁ ସଭାପତି ଗୁଣନିଧି ଜଗତି, ସମ୍ପାଦକ ପ୍ରହଲ୍ଲାଦ ପୃଷ୍ଟି, ପଣ୍ଡିତ ଦୁର୍ଗା ପ୍ରସାଦ ରଥ, ବିଭୁତି ରଞ୍ଜନ ସୂତାର, ନିରଞ୍ଜନ ଦ୍ୱିବେଦୀ, ବାବାଜୀ ଦିନବନ୍ଧୁ ଦାସ, ଚକ୍ରଧର ବେହେରା, ପ୍ରେମାନନ୍ଦ ବାବା, ଶିବାନନ୍ଦ ସାଚ୍ଚି ବାବା, ରମାକାନ୍ତ ପଣ୍ଡା, ନବଘନ ସୂତାର, ରତ୍ନାକର ପାତ୍ର, ଶୁକଦେବ ଜେନା ଓ ଅଜୟ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ