ଡିସେମ୍ବର ୯ ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ସ୍ମାରକୀ ନାଟ୍ୟ ସଂସ୍ଥା” ଆସନ୍ତା ଡିସେମ୍ବର ୯ ତାରିଖ ଠାରୁ ଡିସେମ୍ବର ୧୨ ତାରିଖ ପର୍ଯ୍ଯନ୍ତ ୪ ଦିନ ବ୍ୟାପୀ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ “ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ – ୨୦୨୨” ଅନୁଷ୍ଠିତ ହେବ। ଏହି ମହୋତ୍ସବରେ କୋଲକାତା ରଙ୍ଗଶ୍ରମ ର ନାଟକ “ଆତ୍ମଦାହ”, ଭୋପାଲ କିଟ୍ ଏକ୍ଟର୍ ଷ୍ଟୁଡିଓ ର ନାଟକ” ରଙ୍ଗ ରସିଆ” , ଜବଲପୁର ସମାଗମ ରଙ୍ଗ ମଣ୍ଡଲ ର ନାଟକ “ଅଗରବତୀ” ଏବଂ ଗୌହାଟୀ ତିଲଜାଲା କପ୍ଲନ ନାଟ୍ୟଗୋଷ୍ଠୀ ର ନାଟକ “ଏକାକୀତେର ଦିନଲିପି” ମଞ୍ଚସ୍ଥ ହେବ। ଏଥିରେ ନାଟକ କ୍ଷେତ୍ରରେ ଏ ମାଟିକୁ ବିଶେଷ ଅବଦାନ ପାଇଁ ବରିଷ୍ଠ ରୁ କନିଷ୍ଠ ପାଞ୍ଚ ପିଢିର ଅଭିନେତା ଙ୍କୁ ସମ୍ବର୍ଦ୍ଧିତ କରାଯିବ। ବରିଷ୍ଠ ବର୍ଗରୁ କ୍ରମରେ ଅଭିନେତା ସୂର୍ଯ୍ୟ ନାରାୟଣ ଶୁକ୍ଲା, ଲକ୍ଷ୍ମୀ ନାରାୟଣ ଦତ୍ତ, ଆର୍ତ୍ତତ୍ରାଣ ସାହୁ, ସୁଶୀଲ ଗହୀର ଏବଂ ପୁଷ୍ପାଞ୍ଜଳି ଦୀପ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ମାରକୀ ନାଟ୍ୟ ସଂସ୍ଥା ର ସମ୍ପାଦକ ଆଶୁତୋଷ ପୁରୋହିତ ଏବଂ ଉପସଭାପତି ସୌରଭ ମହାପାତ୍ର ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଆଜି ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ବରିଷ୍ଠ ଅଭିନେତା ଶୁଭେନ୍ଦୁ ମହାପାତ୍ର, ଦେବୀ ପ୍ରସାଦ ରଥ, ତଥାଗତ ମିଶ୍ର, ଆଲୋକ କୁମାର ସାହୁ, ରାମେଶ୍ଵର ତ୍ରିପାଠୀ, ସୌମ୍ୟ ରଞ୍ଜନ ଜେନା, ପୁଷ୍ପାଞ୍ଜଳି ଦୀପ, ଲିପ୍ସା ମହାରଣା, ପ୍ରଜ୍ଞା ପରିମିତା ନାୟକ, ଲିପ୍ସାରାଣୀ ବାରିକ, ଆର୍ଯ୍ୟା ନାୟକ, ପ୍ରିୟଙ୍କା ପଟ୍ଟନାୟକ, କେ. ଗୋପିଧର ନାୟର, ଅଜିତ କୁମାର ନାୟକ, ଦୀପକ ଶର୍ମା, ଅମରେନ୍ଦ୍ର ମହାନ୍ତି, ଶୁଭମ୍ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ