ପିଲାଖାଇ ପୋଖରୀରେ ବୁଡି ୪ ବର୍ଷର ବାଳକ ମୃତ: ସାହିରେ ସୋକା କୁଳ ପରିବେଶ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବାଙ୍କ ବଜାର ନିକଟସ୍ଥ ପିଲାଖାଇ ପୋଖରୀରେ ବୁଡି ଜଣେ ଚାରି ବର୍ଷର ବାଳକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆଜି ସକାଳ ୧୧.୩୦ ମିନିଟ୍ ସମୟରେ ପିଲାଖାଇ ପୋଖରୀ ହୁଡ଼ାରେ ମାଁ ପ୍ରଭାସିନୀ ପ୍ରତିଦିନ ପରି ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଗୁଡ଼ି ବାଡେଇବା କାମ ଜାରି ରଖିଥିଲେ । ଏହି ସମୟରେ ମୃତ ସୀମାଞ୍ଚଳଙ୍କ ପୁଅ ଗୋପାଳ କିଛି ସାଙ୍ଗ ସହିତ ସେଠାରେ ଖେଳୁଥିଲା ।ସେହି ସମୟରେ ଅସାବଧାନତା ବଶତଃ ତାର ଗୋଡ ଖସି ସେ ପୋଖରୀ ଭିତରକୁ ଚାଲି ଯାଇଥିଲା । କିଛି ସମୟ ପରେ ତାକୁ ଖୋଜାଖୋଜି କରିବା ପରେ ପୋଖରୀରୁ ତାକୁ ଉଦ୍ଧାର କରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଭଞ୍ଜନଗର ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ଡାକ୍ତର ସେଠାରେ ଗୋପାଳକୁ ମୃତ ଘୋଷଣା କରିଥିଲେ ।ଖବର ପାଇ ବେଲଗୁଣ୍ଠା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇ ମରଶରୀର ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।୪ ବର୍ଷ ର ଏକମାତ୍ର ପୁତ୍ର ସନ୍ତାନର ମୃତ୍ୟୁରେ ମାଁ ପ୍ରଭାସିନୀ ଓ ୩ ଭଉଣୀ ସମ୍ପୁର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ବେଲଗୁଣ୍ଠା ଖଦାଳ ସାହିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମାଁ ପ୍ରଭାସିନୀ ଓ ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଓ 6 ମାସ ପୁର୍ବରୁ ସ୍ୱାମୀ ସୀମାଞ୍ଚଳ ଓ ଏବେ ପୁତ୍ରକୁ ହରାଇବା ପରେ ପରିବାର ସମ୍ପୁର୍ଣ୍ଣ ବେସାହାରା ।ଏହି ଅବସରରେ ତାଙ୍କୁ ସରକାରୀ ସାହାଯ୍ୟ ମିଳୁ ବୋଲି ସାହି ବାସିନ୍ଦା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ