କଲେଜ ଓ ସ୍କୁଲ ସ୍ତରରେ ମିଳିତ ଭାବେ ୭୪ତମ ଏନସିସି ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମ୍ମୁଖ ପଡିଆ ଠାରେ ସ୍ଥାନୀୟ କଲେଜ ଓ ସ୍କୁଲ ସ୍ତରରେ ମିଳିତ ଭାବେ ୭୪ତମ ଏନସିସି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଗଜପତି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ଭୂୟାଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏନସିସି: ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ଦଳ ପରିଦର୍ଶନ କରି ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ।ଉପସ୍ଥିତ ଏନସିସି କେଡେଟ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଅଧ୍ୟକ୍ଷ ଡଃ ଭୂୟାଁ କହିଥିଲେ ଯେ , ଏନସିସି କେଡେଟ ମାନେ ନିଜକୁ ଶୃଙ୍ଖଳିତ ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଦେଶ ମାତୃକାର ସେବା କରିବା ଦିଗରେ ବ୍ରତୀ ହେବା ଆବଶ୍ୟକ । ଏକତା ଓ ଶୃଙ୍ଖଳାର ସହ ନିଜ କର୍ତ୍ତବ୍ୟ ଓ ଭୂମିକା ସମ୍ଭବ ହୋଇ ପାରିବା ସହ ସବୁ ଓ ସମସ୍ତ କ୍ଷେତ୍ରରେ ସହାୟକ ହୋଇ ପାରିଥାଏ ବୋଲି କହିଥିଲେ ।ଏହି ଅବସରରେ ନିୟମ ମାନି ଚାଲିବା ସହ ଦେଶପ୍ରିତି ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଏମଆରବି: ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଠାକୁର ପ୍ରସାଦ ସିଂହ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଏନସିସି: ଅଫିସର ଶ୍ରୀ ଜଗନ୍ନାଥ ପଟନାୟକ , ମହିଳା ମହାବିଦ୍ୟାଳୟର ଏନସିସି: କେପଟେନ ଶ୍ରୀମତୀ ଅନିତା କୁମାରୀ ପାଢ଼ୀ , ଏସକେସିଜି: ସ୍ଵୟଶାସିତ ମହାବିଦ୍ୟାଳୟର ଏନସିସି ଅଫିସର ଅଧ୍ୟାପକ ଶ୍ରୀ ସୁମନ୍ତ କୁମାର ବେହେରା , ଅଧ୍ୟାପକ ଶ୍ରୀ ସୋମନାଥ ଦାସ ଏବଂ ଡଃ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ପରେ ଏସୟୁଓ: ଶ୍ରୀ ପୂଣ୍ଣ ଚନ୍ଦ୍ର ମଲ୍ଲିକ ଓ ଜେୟୁଓ: ଶ୍ରୀ ବିଜୟ କୁମାର ବାରିକଙ୍କ ନେତୃତ୍ୱ ଓ ପରିଚାଳନାରେ ଅନୁଷ୍ଠିତ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟଅତିଥି ଅଧ୍ୟକ୍ଷ ଡଃ ଭୂୟାଁ । ବାଳକ ଉଚ୍ଚ ବିଦ୍ୟାଳୟର ଏନସିସି (ଆର୍ମି) ଟ୍ରୁପ ଲିଡର ଶ୍ରୀ ଅଭିନୟ ଭୂୟାଁ , ନେଭାଲ ଟ୍ରୁପ ଲିଡର ଶ୍ରୀ ପାୟନ୍ ଭୂୟାଁ , ଓମେନ୍ସ କଲେଜ ଏନସିସି ଟ୍ରୁପ ଲିଡର ତାନୁପ୍ରୀୟା ପାଇକ ଏବଂ ଏ: ରୋଶନୀ ପ୍ରମୁଖ ସେମାନଙ୍କ ଦଳର ନେତୃତ୍ୱ ନେଇଥିଲେ । ଏହି ଅବସରରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ସଡ଼କ ସୁରକ୍ଷା ଉପରେ ଏନସିସି କେଡେଟ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ଥିଲା ।ଏହାକୁ ବିଦ୍ୟାଳୟର ପ୍ରଧାନଶିକକ୍ଷ ଶ୍ରୀ ଠାକୁର ପ୍ରସାଦ ସିଂହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।କେଡେଟ ମାନେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ମୁଳକ ପ୍ଳା-କାର୍ଡ ସବୁ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।


