ପୋଲିସ୍ ପଥ ପ୍ରାନ୍ତ ବିଶ୍ରାମ ଗୃହ ଉଦଘାଟନ କଲେ ଏସପି
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଚନ୍ଦ୍ରଗିରି ଫାଣ୍ଡି ପରିସରରେ ପୋଲିସ ପଥ ପ୍ରାନ୍ତ ବିଶ୍ରାମ ଗୃହ ଉଦଘାଟନ ହୋଇଯାଇଛି । ଗଜାପତି ଏସପି ଜୟରାମ ଶତପଥୀ ଯୋଗ ଦେଇ ପୋଲସ ପଥ ପ୍ରାନ୍ତ ବିଶ୍ରାମ ଗୃହ ଉଦଘାଟନ କରିଥିବା ବେଳେ ତିବତିୟ ଲାମା ଗୁରୁଜୀଙ୍କ ପକ୍ଷରୁ ଯୋଗାଇ ଦିଆ ଥିବା ଏକ ଗଣେଶ ମୂର୍ତ୍ତି କୁ ଉନ୍ମୋଚନ କରିଛନ୍ତି। କାର୍ଯ୍ୟକ୍ରମରେ ଆର. ଉଦୟଗିରି ଏସଡିପିଓ ଦିଲିପ କୁମାର ନାୟକ, ଥାନା ଅଧିକାରୀ ପ୍ରଶାନ୍ତ ନିସିକା, ଲମା ଗୁରୁଜୀ ପେମା ଖେମ୍ପୋ ଟେମ୍ପଲ୍ ଙ୍କ ସମେତ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ଅବସର ରେ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଙ୍କ ଦ୍ଵାରା ଅତିଥି ମାନଙ୍କୁ ଉପଢାଙ୍କୁଣି ଦେଈ ସମ୍ମାନିତ କରିଥଲେ କାର୍ଯ୍ୟକ୍ରମ ଶେଷ ରେ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ


