ତୀର୍ଥକରିବାକୁ ଆସି ବୃଦ୍ଧ ନିଖୋଜ

ଗଂଜାମ, (ବିନୋଦ ପଲାଇ):ସପ୍ତାହ ପରେ ପୋଲିସ ଉପସ୍ଥିତରେ ପରିବାକୁ ହସ୍ତାନ୍ତର କଲେ ସ୍ୱେଚ୍ଛାସେବୀଗଞ୍ଜାମ, ବାଲେଶ୍ଵରଜିଲ୍ଲାରୁ ତୀର୍ଥକରିବାକୁ ଆସି ଗଂଜାମ ଜିଲ୍ଲାରେ ନିଖୋଜ ହୋଇଥିବା ଏକ ବୃଦ୍ଧାକୁ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ଉଦ୍ଧାର କରି ପୋଲିସ ଉପସ୍ଥିତରେ ପରିବାରକୁ ହସ୍ତାନ୍ତର କରିଛନ୍ତି ସ୍ୱେଚ୍ଛାସେବୀ ମାନେ। ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ବାଲେଶ୍ଵର ଜିଲ୍ଲାର ଭୋଗରାଇ ଥାନାର ଦେବଦା ଗ୍ରାମର କନେଇଲାଲ କର ଗତ ସପ୍ତାହ ତଳେ ଟୁରିଷ୍ଟ ଗ୍ରୁଫ୍ରରେ ଭାରତ ଭ୍ରମଣରେ ବାହାରିଥିଲେ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ମନ୍ଦିରକୁ ବୁଲି ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ। ଆସିଥିବା ସାଙ୍ଗସାଥି ଖୋଜାଖୋଜି କରିବା ପରେ କୌଣସି ପତା ମିଳିନଥିବାରୁ ସ୍ଥାନୀୟ ପୋଲିସ ଷ୍ଟେସନରେ ନିଖୋଜ ରିପୋଟ କରିଥିଲେ। ଅନ୍ୟପଟେ ପରିବାର ଲୋକେ ଖୋଜାଖୋଜି କରିବାର ସପ୍ତାହ ବିତିଯାଇଥିଲେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା। ଏହି ଅବସରରେ ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ଠାରେ ଏକ ପାନ ଦୋକାନକୁ ଚାହା ପିବାକୁ ଉକ୍ତ ବୃଦ୍ଧା ଆସିଥିଲେ। ଦୋକାନ ବନ୍ଦ ହେବାପରେ ସେଠାରେ ସୋଇପଡ଼ିଥିଲେ। ସକାଳୁ ଅଟୋ ସଙ୍ଘର ସଦସ୍ୟ ଦୋକାନକୁ ଆସି ଦେଖିଲା ବେଳକୁ ଵୃଦ୍ଧ ଜଣଙ୍କ ସୋଇଛନ୍ତି। ସେଠରେ ଥିବା ଯୁବନେତା ସୁଦାମ ପଲେଇ ବହୁତ ପଚରାଉଚରା କରିବା ପରେ ସେ ଯେଉଁ ଟୁରିଷ୍ଟ ଏଜେନସିରେ ଆସିଥିଲେ ତାର ଏକ କାର୍ଡ ଦେଖାଇବାରୁ ସେ ନମ୍ବରରେ ଯୋଗାଯୋଗ କରିବା ସହ ସ୍ୱେଚ୍ଛାସେବୀ ଦୂର୍ଗାମାଧବ ପାଣିଗ୍ରାହୀଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ୱେଚ୍ଛାସେବୀ ପାଣିଗ୍ରାହୀ ଓ ବସନ୍ତ ସାହୁ ତାଙ୍କୁ ନେଇ ଗଂଜାମ ଥାନାକୁ ନେବା ସହ ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ।ପରେ ରାତିରେ ତାଙ୍କ ପରିବାର ଲୋକେ ଆସିବାରୁ ଗଂଜାମ ଆଇଆଇସି ସନ୍ତୋଷ କୁମାର ବେହେରା ଓ ସେକେଣ୍ଡ ଅଫିସର ଅଜିତ କୁମାର ପରିଡାଙ୍କ ଉପସ୍ଥିତରେ ହସ୍ତାନ୍ତର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ