ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ମେଳା

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗୁରୁବାର ବ୍ୟାଙ୍କ ସମ୍ମୁଖରେ ସ୍ୱୟଂ ସହାୟକ ଗୋଷ୍ଠୀ ମେଳା ବ୍ୟାଙ୍କର ମୁଖ୍ୟ ମେନେଜରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଲିଟା ଚନ୍ଦ୍ର ମୁର୍ମୁ, ରାଇରଙ୍ଗପୁର ବ୍ଲକର ମିଶନ ଶକ୍ତିର ସଂଯୋଜକ ସ୍ରର୍ଣପ୍ରୀୟା ସାହୁ, ରାଇରଙ୍ଗପୁର ମୁନସିପାଲଟିର ଗୋଷ୍ଠୀ ସଂଗଠିକା ଦିପ୍ତୀମୟୀ ମହାନ୍ତ, ବ୍ୟାଙ୍କର କ୍ଷେତ୍ର ଅଧିକାରୀ ନିଶିକାନ୍ତ ବେହେରା, ବ୍ୟାଙ୍କ ମିତ୍ର ବିଷ୍ଣୁ ପ୍ରିୟା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର,କୁସୁମି ଏବଂ ବହଳଦା ବ୍ଲକର ୨୫ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ସଦସ୍ୟ ମାନେ ଯୋଗ ଦେଇଥିଲେ । ମଂଚାସିନ ଅତିଥିମାନେ ମହିଳା ଗୋଷ୍ଠୀଙ୍କୁ ଜିରୋ ପର୍ସେଣ୍ଟସୁଧରେ ଋଣ ପ୍ରଦାନ କରାଯାଉଛି । ସେଥିପାଇଁ କଣ କଣ ନିୟମ ଅଛି , କିଭଳି ପରିଶୋଧ କରିପାରିବେ , କିଭଳି କାମରେ ଲଗାଇଲେ ଲାଭ ହିଁ ଲାଭ ହେବ ଏବଂ ଭବିଷ୍ୟତରେ ଅସୁବିଧାରେ ପଡ଼ିଲେ ନାହିଁ ତାହା ଟିକିନିଖି ଆଲୋଚନା କରିଥିଲେ । ମହିଳା ମାନେ ମଧ୍ୟ ସେମାନଙ୍କର କାର‌୍ୟ୍ୟ ଧାରା ବଖାଣି ଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମର ଦୁଃଖର ଦିନ ସରି ଯାଇଛି ।ଆମେ ଆଉ ଅନ୍ଧକାର ମଧ୍ୟ ନାହୁଁ । ବ୍ୟାଙ୍କ ଏବଂ ଅଧିକାରୀ ମାନେ ଆମକୁ ସବୁ ପ୍ରକାର ସହଯୋଗ କରିଥିବାରୁ ଆମେ ଚିର ଋଣୀ । ବ୍ୟାଙ୍କ ମୁଖ୍ୟ ଅଧିକାରୀ ଗୋବର୍ଦ୍ଧନ ଦାସ ୨୫ ଟି ଗୋଷ୍ଠୀକୁ ୭୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଶେଷରେ ଫିଲ୍ଡ ଅଫିସର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ