ଶାଳଣିଆଁରେ ଦୋକାନଘର ଜଳିଗଲା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ଥିବା ମାଗୁଣି ଶଙ୍ଖୁଆଙ୍କ ଚା ଜଳଖିଆ ଦେକାନଟି ସମ୍ପୁର୍ଣ୍ଣ ପୋଡି ଯାଇଛି । ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ତାଙ୍କ ଦୋକାନ ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡି ଛାରଖାର ହୋଇଯାଇଛି । କେହି ଦୁର୍ବୁତ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିବା ସେ ସନେ୍ଦହ କରୁଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ