ରାଜ୍ୟସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା ଓ ପୁରସ୍କାର ବିତରଣ ଉତ୍ସବ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ୪ର୍ଥ ବାର୍ଷିକ ରାଜ୍ୟସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା, ଆଲୋଚନା ଚକ୍ର, ପୁସ୍ତକ ଉନ୍ମୋଚନ ସମାରୋହ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ସଭାପତି ପ୍ରଦୀପ କୁମାର ଛାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଧୂଭୂଷଣ ନାୟକ, ବରିଷ୍ଠ ସମାଜସେବୀ ହରିଶ୍ଚନ୍ଦ୍ର ଦାଶ, କୁମାର କବି ପ୍ରଶାନ୍ତ କୁମାର ବାହିନୀପତି, ବ୍ଯଙ୍ଗକବି ସଂପଦ କୁମାର ରଥ, ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି, ସତ୍ଯଖବରର ସଂପାଦକ ଅକ୍ଷୟ କୁମାର ନାୟକ, କବୟତ୍ରୀ ବିଶ୍ବଜିତା ବରାଳ, ସସ୍ମିତା ଦାସ, ମାନସୀ ବେଉରା ପ୍ରମୁଖ ଯୋଗ ଦେଇ ପର୍ଯ୍ୟଟନ କ୍ଷେତ୍ରରେ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କବୟତ୍ରୀ ବିଶ୍ବଜିତା ବରାଳଙ୍କ ସ୍ବରଚିତ ପୁସ୍ତକ ପହିଲି ପୂଲକ କୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପର୍ଯ୍ୟଟନ ସଂସ୍କୃତି ସମ୍ଵନ୍ଧରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ କପସିଲ ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଂପାଦକ ଭାଗୀରଥୀ ସ୍ଵାଇଁ ସଂପାଦକୀୟ ବିବରଣୀ ପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ମହେଶ୍ବର ସାମଲ, ଅଜିତ କୁମାର ମଲ୍ଲିକ, ସୁକାନ୍ତ କୁମାର ବିଶ୍ବାଳ, ସଚିତ୍ର ଗୋଚ୍ଛାୟତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବି କବୟିତ୍ରୀ ମାନଙ୍କୁ ନେଇ ସ୍ବରଚିତ କବିତାମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ଜଣ କବି ଓ କବୟିତ୍ରୀ ମାନଙ୍କୁ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।


