ଭଞ୍ଜନଗର ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ କୁଲାଡ କବି ସମ୍ରାଟ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବି.ଇ.ଓ ଏସ୍ ଧନଞ୍ଜୟ ଏବିଇଓ ନେତାଜୀ ବିଷୋୟୀ ଓ ଶଙ୍କର୍ଷଣ ତ୍ରିପାଠୀ ,ପୂର୍ବତନ ଏବିଇଓ ଜଗବନ୍ଧୁ ଜେନା ଓ ପୂର୍ବଚନ ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, କବି ସମ୍ରାଟ ବିଦ୍ୟାପୀଠ କୁଲାଡର ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ବାଡତ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ଭଞ୍ଜନଗର ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ସମେତ କୁଲାଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଭି. ସଂଯୁକ୍ତା ରାଜୁ ,ସମିତି ସଭ୍ୟା ପି.ରେଣୁକା ପାତ୍ର ଏବଂ ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏହି ବିଜ୍ଞାନ ପ୍ରଦର୍ଶନୀରେ ଶତାଧିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଚାରୋଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା ବାହାଡାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ମନିଷା ବିଷୋୟୀ ଙ୍କ ହାଇଡ୍ରୋପୋନିକ ଫାର୍ମିଂ ପ୍ରକଳ୍ପ, ଜିଲୁଣ୍ଡି ପଲ୍ଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଆୟୁଷ ପାଣିଗ୍ରାହୀ ଙ୍କ ଗତି ରୋଧକ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ ,ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟର ଓମ୍ ପ୍ରସାଦ ଗୌଡ ଙ୍କ ପ୍ରକଳ୍ପ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଗଝୋଳ ର ପୂଜା ଗୌଡଙ୍କ ଗତିଶୀଳ ଫୋନ ପ୍ରକଳ୍ପ ଚାରୋଟି ଜିଲ୍ଲା ସ୍ତରକୁ ବିଚାରପତିମାନେ ମନୋନିତ କରିଥିଲେ କାର୍ଯ୍ୟକ୍ରମରେ କବି ସମ୍ରାଟ ବିଦ୍ୟାପୀଠର ସମସ୍ତ ଷ୍ଟାଫ ଙ୍କ ସମେତ ବ୍ଳକର ସମସ୍ତ ସି.ଆର୍.ସି.ସି ସହଯୋଗ କରିଥିଲେ ା ବରିଷ୍ଠ ସହକାରୀ ଶିକ୍ଷକ ଗୌରୀ ନନ୍ଦନ ହୋତା ଧନ୍ୟବାଦ ଅର୍ପଣ କରିଥିଲେ


