ବାଇକ ସହ ସ୍କୁଟି ଧକ୍କାରେ ଜଣେ ଆହତ ଓ ୨ ଗୁରୁତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହର ଉପକଣ୍ଠ ପଥପ୍ରାନ୍ତ ସେବା କେନ୍ଦ୍ର ନିକଟରେ ରବିବାର ସନ୍ଧ୍ୟା ରେ ଏକ ବାଇକ ସହ ସ୍କୁଟି ଧକ୍କା ହେବା ଫଳରେ ଜଣେ ଆହତ ହେବା ସହ ୨ ଜଣ ଗୁରୁତର ଥିବା ଜଣାପଡିଛି। ସୂଚନା ପ୍ରକାରେ ଦକ୍ଷିଣପୁର ଗ୍ରାମର ଆର. ସୁଶାନ୍ତ ରେଡ୍ଡୀ ସ୍କୁଟି ରେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ପଲସର ବାଇକରେ ନାରାୟଣ ପୁର ର ସମୀର ଗୌଡ଼ ଓ ଶିବରାମ ପ୍ରଧାନ ଯାଉଥିଲେ। ଉଭୟ ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ସୁଶାନ୍ତ ଓ ସମୀର କୁ ଏକ ଅଟୋ ରେ ଓ ଆହତ ଶିବରାମ ଙ୍କୁ ପୋଲିସ ଗାଡ଼ିରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଦ୍ୱୟ ଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଗୁରୁତର ମାନଙ୍କ ମୁଣ୍ଡ ଓ ମୁହଁ ରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ପୋଲିସ ଦୁର୍ଘଟଣା ଗସ୍ତ ଗାଡ଼ି ଦୁଇଟି କୁ ଜବତ କରି ତଦନ୍ତ ଚଳାଇଛନ୍ତି।


