ଦିବ୍ୟାଙ୍ଗ ସହାୟକ ସମିତି ଜନ ସଚେତନତା କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ନିମିନା ଗ୍ରାମପଞ୍ଚାୟତର ସାନ ବରଗାଁ ଶିବ ମନ୍ଦିର ପ୍ରାଙ୍ଗଣରେ ଦିବ୍ୟାଙ୍ଗ ସହାୟକ ସମିତି ପକ୍ଷରୁ ଡିସେମ୍ବର ୩ ତାରିଖ ଦିନ ବିଶ୍ୱ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଏକ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଦିବ୍ଯାଙ୍ଗ ସହାୟକ ସମିତିର ଆବାହକ ସଞ୍ଜୟ କୁମାର ଗୌଡଙ୍କ ତତ୍ତ୍ୱାବଧାନରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସରପଞ୍ଚ ମାମା ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବରଗାଁ ସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ନୀଳମଣି ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥି ବୃନ୍ଦ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଯୋଜନା ବିଷୟରେ ପ୍ରକାଶ କରିବା ସହ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ବୃନ୍ଦଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ