ଗାଁ ସାଥି ସଂଘର ଗୁରୁତ୍ୱପୁର୍ଣ୍ଣ ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦି ଛକ ସ୍ଥିତ କଲ୍ୟାଣମଣ୍ଡପ ଠାରେ ହାଟଡିହି ବ୍ଲକ ଗାଁ ସାଥି ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ହାଟଡିହି ବ୍ଲକ ଗାଁ ସାଥି ସଂଘର ସଭାପତି ସୁବୋଧ ଆୟଚଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଂଘର ଉପସଭାପତି ଅଜିତ ମହାନ୍ତ, ଜିଲ୍ଲା ସଂଘର ସଭାପତି ସୁଦର୍ଶନ ପଣ୍ଡା, ଆନନ୍ଦପୁର ବ୍ଲକ ସଭାପତି ଅନନ୍ତ ଚରଣ ରାଉତ, ଘସିପୁରା ବ୍ଲକର ସଭାପତି ଅଣାକାର ଜେନା, ଜିଲ୍ଲା ସମ୍ପାଦକ ନିରୁପମା ଟୁଡୁ, ଜିଲ୍ଲା ଉପଦ୍ଦେଷ୍ଟା ମା ସରୋଜ ପଣ୍ଡା, ହାଟଡିହି ବ୍ଲକ ସମ୍ପାଦକ ବନମାଳୀ ଜେନା, ଜାନକୀ ଜେନା, ସରସ୍ୱତୀ ପରିଡା, ନରହରି ନାୟକ, ବିର୍ଶା ହୋ, ସାବିତ୍ରୀ ପଣ୍ଡା, ସୁଦର୍ଶନ ଜେନା, ଡଗର ମୁଣ୍ଡା, ନିଳମଣୀ ସେଠୀ ପ୍ରମୁଖ ଯୋଗଦେଇ ସାଂଗଠନିକ କାର୍ଯ୍ୟ୍ରମ ସମ୍ପର୍କରେ ଆଲୋଚନା କରିବା ସହିତ ସଂଘକୁ ମଜୁତ କରାଯିବା ନେଇ ଆଲୋଚନା କରିଥିଲେ । ବିଶେଷକରି ମେଟ ମାନଙ୍କର ସମସ୍ୟା ଗୁଡିକ ଉପରେ ଆଲୋଚନା କରାଯାଇ କିପରି ସମସ୍ୟା ଗୁଡିକର ସମାଧାନ ହୋଇ ପାରିବ ସେନେଇ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ