ଯୁବ କବି ଜନ୍ମଜୟଙ୍କୁ ଅନନ୍ୟା କବିକୁଞ୍ଜ ସମ୍ମାନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଏକାଦଶତମ ଅନନ୍ୟା ମହୋତ୍ସବ ୨୦୨୨ଅବସରରେ ସୁନ୍ଦର ମୋ ଭାଷା ସାହିତ୍ୟ ପକ୍ଷରୁ ଜମ୍ଭରା ଠାରେ ଆୟୋଜିତ ସମାରୋହରେ ଯୁବ କବି ଜନ୍ମଜୟଙ୍କୁ ଅନନ୍ୟା କବି କୁଞ୍ଜ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଏକାଦଶତମ ରାଜ୍ୟସ୍ତରୀୟ କଳା, ସାହିତ୍ୟ ଏବଂ ସାଂସ୍କୃତିକ ସମାରୋହରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ କବି, ସାହିତ୍ୟିକ ମାନେ ଯୋଗଦେଇଥିଲେ । ସଂସ୍କୃତି ଓ କଳା ପରିଷଦର ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ, ଗଣଶିକ୍ଷା ବିଭାଗର ରାଜ୍ୟସ୍ତରୀୟ ପ୍ରଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୁବକବି, ଗାଳ୍ପିକ ତଥା ଛାତ୍ରବତ୍ସଳ ଜନ୍ମଜୟ ନାୟକଙ୍କୁ ମାନପତ୍ର, ଉପଢ଼ୌକନ ପ୍ରଦାନ ପୁର୍ବକ ସାରସ୍ୱତ ସମ୍ବର୍ଦ୍ଧନା ଦେଇଛନ୍ତି । ବରୁଣେଶ୍ୱର କ୍ଷେତ୍ରର ଉଦୀୟମାନ ପ୍ରତିଭା ଜନ୍ମଜୟ ପେଶାରେ ଜଣେ ଗଣିତ ଶିକ୍ଷକ ହେଲେବି ତାଙ୍କ ସାହିତ୍ୟଚାଷ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏବେ ସେ ଜଗତସିଂପୁର ସ୍ଥିତ ଗୋପୀନାଥଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ଗତ କିଛିଦିନ ମଧ୍ୟରେ ଅନେକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ବିଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି ।


