କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଚଣ୍ଡିଆ ପ୍ୟାଲେସ ପରିସରରେ କେନ୍ଦ୍ରାପଡା ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଦ୍ୱିଦିବସୀୟ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ଆଜି ଅପରାହ୍ନରେ ଉଦଯାପିିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଡେଭଲପମେଣ୍ଟ ଫାଉଣ୍ଡେସନର ଆବାହକ ଚୈାଧୁରୀ ଅମିତାଭ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ତଥା ଗବେଷକ ଡକ୍ଟର ଅସିତ ମହାନ୍ତି ଯୋଗଦେଇ ଯେଉଁ ସାହିତ୍ୟ କାଳ ଗର୍ଭରେ ବୁଡି ଯିବ ନାହିଁ ତାହାହିଁ ହେଉଛି କିମ୍ବଦନ୍ତି ସାହିତ୍ୟ । ଆମେ ଭାରତୀୟ ପରମ୍ପରାରେ ସୂର୍ଯ୍ୟ, ବାଲ୍ମିକୀ, ଶୁକ୍ରାଚାର୍ଯ୍ୟଙ୍କୁ ସ୍ମରଣକରି କବିତା ଓ ସାହିତ୍ୟ ରଚନା କରିବା ଉଚିତ । ଜୀବନର ବିକାଶରେ ସାହିତ୍ୟ ସବୁବେଳେ ସହଯୋଗ କରିବା ଆବଶ୍ୟକ । ତେଣୁ ଆମ ସାହିତ୍ୟିକ ଓ କବିମାନେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ବୋଲି ସେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ଆମ ଭାଷା, ସଂସ୍କୃତି ଓ ପରମ୍ପରାକୁ ନେଇ ଅଧିକ ସାହିତ୍ୟ ସୃଷ୍ଟି ହେବା ଦରକାର । କିନ୍ତୁ ଏଦିଗ ପ୍ରତି ଆମ ରାଜ୍ୟର ଅଧିକାଂଶ ସାହିତ୍ୟିକ ଧ୍ୟାନ ଦେଇ ନାହାନ୍ତି । କେନ୍ଦ୍ରାପଡା ଅଞ୍ଚଳର ଗୈାରବାଜ୍ୱଳ ଇତିହାସ ଓ ମହାପୁରୁଷଙ୍କ ସମ୍ପର୍କରେ ସାହିତ୍ୟ ରଚନା ପାଇଁ ଯୁବପିଢି ଦାୟୀତ୍ୱ ନେବାକୁ ସେ ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜମେଣ୍ଟର ସଭାପତି ଇଂ ଅକ୍ଷୟ ପାଣି ଉତ୍ସବର ସଂଯୋଜନା କରିଥିଲେ । ପୂର୍ବାହ୍ନରେ ବିଶ୍ୱରଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଅପସୃୟମାଣ ଜୀବନ ଛନ୍ଦ ଓ ଏବର କବିତା ଆଲୋଚନାଚକ୍ରରେ ବକ୍ତା ଭାବରେ ପୀତାମ୍ବର ତରାଇ, ପବିତ୍ର ମୋହନ ଦାଶ, ମନୋଜ ମେହେର ପ୍ରମୁଖ ଯୋଗଦେଇଥିଲେ । ପରେ ନବଜ୍ୟୋତି ରାୟଙ୍କ ସଂଯୋଜନାରେ ଅନୁବାଦରୁ ଅନୁସୃଜନ: ଓଡିଆ ଅନୁବାଦ ସାହିତ୍ୟରେ କ୍ଷୀରୋଦ ପରିଡା, ଚିରଶ୍ରୀ ଇନ୍ଦ୍ରସିଂହ, ସୋମେଶ ମହାପାତ୍ର ଓ ନିର୍ମାଲୀ ମହନ୍ତ ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିଲେ । ମଧ୍ୟାହ୍ନରେ ଡଃ. ସସ୍ମିତା କାମିଲାଙ୍କ ସଂଯୋଜନାରେ ଅନୁଷ୍ଠିତ ଚିତ୍ରରେ ସାହିତ୍ୟ, ସାହିତ୍ୟରେ ଚିତ୍ର ରେ ବବିତା ସାହୁ ଓ ମାନମୟୀ ରଥ ଯୋଗଦେଇ ଆଲୋଚନା କରିଥିଲେ । ଶେଷରେ ସଂଯୋଜକ ଶୁଭାଂଶୁ ଦାସ ଓ ଚାରୁଲତା ଭୂୟାଁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଡଃ. ବଳରାମ ଲେଙ୍କା, ସଞ୍ଜୟ କୁମାର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ. ବିରଜା ପ୍ରସାଦ ରାଉତରାୟ, ଶ୍ରୀଧର ବେହେରା, ବିଶ୍ୱରଞ୍ଜନ ଦାସ, ସାଲୁ ସାହୁ, ଅଂଶୁମାନ ପଟ୍ଟନାୟକ, ଗୈାତ୍ତମ ସାହୁ, ମହମ୍ମଦ ଜାହିଦ ଖାଁ, ତାରେଣୀ ପାଟ୍ଟଯୋଶୀ, ପ୍ରଦ୍ୟୁମ୍ନ ବେହୁରା, ଶାନ୍ତନୁ ମଲ୍ଲିକ, ଉମାକାନ୍ତ ଜେନା, ମନୋଜ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ