ତ୍ରାହୀ ଅଚ୍ୟୁତ ପୀଠରେ ନୂତନ ବିଗ୍ରହ ସ୍ଥାପନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଘୋଡାଂଶ ପଂଚାୟତର ମୁଗେଇସ୍ଥିତ ତ୍ରାହୀ ଅଚ୍ୟୁତ ପୀଠରେ ନୂତନ ବିଗ୍ରହ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା, ନାମଯଜ୍ଞ କରାଇ ବିଗ୍ରହ ସ୍ଥାପନ କରାଯାଇଥିଲା । ଗ୍ରାମର ଭୀମସେନ ଲେଙ୍କା ଓ ପ୍ରଣବିନୀ ଲେଙ୍କାଙ୍କ ତତ୍ୱାବଧାନରେ ଲକ୍ଷ୍ମୀଧର ଦାସ, ନରେନ୍ଦ୍ର କୁମାର ଦାସ, ବଟକୃଷ୍ଣ ଲେଙ୍କା, ଡମ୍ବରୁଧର ସାହୁ, ଶିବପ୍ରସାଦ ସାହୁ, ଗୁନ ଚନ୍ଦ୍ର ଦାସ, ବସନ୍ତ କୁମାର ବାରିକଙ୍କ ସହିତ ମୁଗେଇ ଗ୍ରାମବାସୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଗେଇ ଗାଁ ସମେତ ଓଡପଏଙ୍ଗା, ହରିଶପୁର ଆଦି ଗାଁର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ନବଯୌବନ ବେଶ ଦର୍ଶନ କରିଥିଲେ ।


