‘ମୋ ସ୍କୁଲ’ ଅଧିକାରୀଙ୍କ ନାଉଗାଁ ବ୍ଲକ ଗ୍ରସ୍ତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ‘ମୋ ସ୍କୁଲ’ର ଅଧିକାରୀମାନେ ଗୁରୁବାର ନାଉଗାଁ ବ୍ଳକଗ୍ରସ୍ତ କରି ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଥିଲେ । ପ୍ରଥମେ ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ପହଂଚି ମୋ ସ୍କୁଲ ଅଭିଯାନରେ ଆସିଥିବା ଅନୁଦାନର ଖର୍ଚ୍ଚ ବିବରଣୀ ତଦାରଖ କରିବା ସହିତ ବିଦ୍ୟାଳୟର କ୍ୟାସ ବୁକ୍‌, ଭାଉଚର, ଆସବାବପତ୍ରର ରେଜିଷ୍ଟ୍ରାର, ଡୋନର ରେଜିଷ୍ଟର ଆଦି ଦେଖିଥିଲେ । ପରେ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀ ଗୃହ ବୁଲି ଦେଖିଥିଲେ । ଏହାପରେ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାସୁଦେବ ଉଚ୍ଚ ବିଦ୍ୟାଳୟରେ ଅନୁରୂପ ଭାବେ ପରିଦର୍ଶନ କରିଥିଲେ । ବାସୁଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ପାଣି ଜମୁଥିବା ଓ ବର୍ଷା ଦିନେ ବିଦ୍ୟାଳୟ ମଧ୍ୟକୁ ଯିବା ପାଇଁ ସମସ୍ୟା ସୃଷ୍ଟି ହେଉଥିବାରୁ ଖାଲୁଆ ସ୍ଥାନକୁ ପୋତିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟମାନଙ୍କର ଶୌଚାଳୟ, ପାନୀୟ ଜଳ ଆଦି ଠିକ୍ ଅଛି କି ନାହିଁ ବୁଲି ଦେଖିଥିଲେ । ୩ଟି ଉଚ୍ଚ ବିଦ୍ୟାଳୟ ସହିତ ମାରେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ, ଶୌଚାଳୟ ଆଦି ବୁଲି ଦେଖିଥିଲେ । ଯେଉଁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଛୋଟ ରହିଛି, ସେହି ଗୃହକୁ ବଡ ଗୃହ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ(ଏଲଆରପି)ରେ ହୋଇଥିବା ଦୁଇଟି ପର୍ଯ୍ୟାୟ ପରୀକ୍ଷାର ମାର୍କ ରେଜିଷ୍ଟାରକୁ ଦେଖିଥିଲେ । ମୋ ସ୍କୁଲ ତରଫରୁ ମନିଟରିଙ୍ଗି ଅଫିସର ଜିତେନ୍ଦ୍ର ରାଉତ ଓ ଏମଆଇଏସ ସଦ୍ୟସ୍ମିତା ସାମଲ ପରିଦର୍ଶନରେ ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ