ପୂର୍ବତନ ଯାଜପୁର ସାଂସଦ ମୋହନ ଜେନାଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ଛାତ୍ର ସଂସଦ ସଭାପତି, ଓଡ଼ିଶାର ଛାତ୍ର ଓ ଯୁବ ରାଜନୀତିରେ ଏକ ଜଣାଶୁଣା ନାମ, ଯାଜପୁରର ପୂର୍ବତନ ଲୋକସଭା ସାଂସଦ ଶ୍ରୀ ମୋହନ ଜେନାଙ୍କ ୬୫ ବର୍ଷ ବୟସରେ ସୋମବାର ଅପରାହ୍ନରେ ଅକାଳ ବିୟୋଗ ଘଟିଛି । ମୋହନ ଜେନାଙ୍କ ବିୟୋଗରେ ସମାଜବାଦୀ ପାର୍ଟି ସଭାପତି ରବି ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ଶ୍ରୀ ବେହେରା କହିଛନ୍ତି, ଛାତ୍ର ରାଜନୀତିରେ ଶ୍ରୀଯୁକ୍ତ ଜେନା ତାଙ୍କ ସମେତ ଅନେକ ଛାତ୍ରନେତାଙ୍କୁ ତିଆରି କରିଥିଲେ । ତାଙ୍କର ଅକାଳ ବିୟୋଗ ରାଜ୍ୟର ଛାତ୍ର ଓ ଯୁବ ରାଜନୀତିରେ ଏକ ଅପୂରଣୀୟ କ୍ଷତି । ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାର ସଦଗତି କାମନା କରନ୍ତୁ ଏବଂ ତାଙ୍କ ପରିବାରକୁ ଏହି ଦାରୁଣ ଦୁଃଖ ସହିବାର ଶକ୍ତି ଦିଅନ୍ତୁ ବୋଲି ଶ୍ରୀ ବେହେରା ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।


