ତୃତୀୟ ଦିବସ ରେ ରୋୟାଲ ସିକ୍ସ ଦଳକୁ ହରାଇ ଦିଗପହଣ୍ଡି ବିଜୟୀ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କର୍ମେଲ ସ୍କୁଲ ଠାରେ ରାଇଜିଙ୍ଗ ଷ୍ଟାର ଭଲିବଲ ଆସିସିଏସନ ପକ୍ଷରୁ ଚାଲିଥିବା ତାରା ପଣ୍ଡା ସ୍ମାରକୀ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ନାମେଣ୍ଟ ରେ ମଙ୍ଗଳବାର ତୃତୀୟ ଦିବସ ରେ ଦିଗପହଣ୍ଡି ସିକ୍ସ ଦଳ ବିଜୟୀ ହୋଇଛି l କୋଦଳା ରୋୟାଲ ସିକ୍ସ ଦଳ କୁ ହରାଇ ଦିଗପହଣ୍ଡି ସିକ୍ସ ଦଳ ବିଜୟୀ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାସୀମ ଇଣ୍ଡଷ୍ଟ୍ରି ଲିମିଟେଡ଼ ଜେନେରାଲ ମ୍ୟାନଜର ରବିନ୍ଦ୍ର କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ସୁବଳୟା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଗୋଖରୁକୁଦା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ଗଞ୍ଜାମ କଲେଜର ରାସାୟନିକ ବିଜ୍ଞାନ ବିଭାଗ ର ଅଧ୍ୟାପକ ରୋହିତ କୁମାର ସାହୁ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ରାକେଶ ବେହେରା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ lଏହି ମ୍ୟାଚକୁ ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ ର ଟୁର୍ଣ୍ଣାମେଂଟ୍ କମିଟି ସଭାପତି ତ୍ରିଲୋଚନ ବେହେରା, ସଂପାଦକ ସରୋଜ ବେହେରା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ସେଠି ଓ ଲକ୍ଷ୍ମୀ ନାରାୟଣ ପାତ୍ର, ମ୍ୟାନଜର ବିପ୍ର ଚରଣ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ସଭ୍ୟ ଗୋବିନ୍ଦ ନାୟକ, ବାଲାଜୀ, ଶିବ, ମିଟୁ, ମଂଟୁ, ସୁକାନ୍ତ, ସନ୍ତ ଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ମ୍ୟାଚ୍‌ରେ ରେଫେରି ଭାବେ ଗୋବିନ୍ଦ ନାୟକ, ଲାଇନ ମ୍ୟାନ ଭାବେ ବାଣ୍ଟି ଓ କାରୀ,ସ୍କୋରର ଭାବେ ମଣ୍ଟୁ ବେହରୋ ଓ ଉଦଘୋଷକ ଭାବେ ମଂଟୁ ଦାୟିତ୍ୱ ସୂଚାରୁ ରୁପେ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ