ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ଵନକ୍ଷତ୍ର ଦିବସ
ବୁଗୁଡ଼ା (ଅନୀଲ କୁମାର ମହାରଣା): ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ତମ ସ୍ଵନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ୧୯୯୩ ଅଗଷ୍ଟ ମାସ ୧୨ ତାରିଖ ଦିନରେ ମାତ୍ର ଅଳ୍ପ କେତେକ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଏକ ମହାଦ୍ରୁମ ରୂପେ ପରିଚିତ ହୋଇପାରିଛି। ପ୍ରତିଷ୍ଠା ଦିବସ ଅଗଷ୍ଟ ୧୨ ତାରିଖ ଦିନ ସକାଳେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଯଞ୍ଜ ଆୟୋଜନ ହୋଇ ଦେବାଦେବୀଙ୍କ ପୂଜାର୍ଚ୍ଚନା ଓ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା। ଅଧ୍ୟକ୍ଷ ସରୋଜକାନ୍ତ ଦାସଙ୍କ ନେତୃତ୍ୱରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅପରାହ୍ନରେ ଏକ ସଭା ର ଆୟୋଜନ କରାଯାଇଥିଲା। ଏହି ସଭାରେ ଡିଗ୍ରୀ କଲେଜର ପ୍ରିନ୍ସପାଲ ଗୋପୀନାଥ ମହାନ୍ତି ଅଥିତି ଭାବେ ଯୋଗଦେଇଥିଲେ । ଉକ୍ତ ସଭାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀରେ କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇଥିଲେ। ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସର ସ୍ମୃତି ଚାରଣ କରାଯାଇଥିଲା। ଆଗାମୀ ଦିନରେ ଶିକ୍ଷାର ବିକାଶକୁ ଆଗେଇ ନେବା ପାଇଁ ଶପଥ ପାଠ କରାଯାଇଥିଲା l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାଦ୍ୟାଳୟର ଅଟ୍ଟାଳିକାକୁ ଆଲୋକମାଳାରେ
ସୁସଜ୍ଜିତ କରାଯାଇଥିଲା। ଶେଷରେ ସମସ୍ତଙ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।


