ଜମ୍ଭୀରା, ହାଟଡିହି ଓ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତ ଓ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଜମ୍ଭୀରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଗ୍ରାମସଭାରେ ସରପଞ୍ଚ ଘନଶ୍ୟାମ ମଲ୍ଲିକ, ଜିଆରଏସ ମଧୁଛନ୍ଦା ଗିରି, ବରିଷ୍ଠ ନାଗରିକ ତଥା ସମାଜସେବୀ ପ୍ରେମାନନ୍ଦ ମିଶ୍ର, ବିଶ୍ୱନାଥ ରାଉତ, ବିଜୟ କୁମାର ରାଉତ, ଚଣ୍ଡୀ ପ୍ରସାଦ ରାଉତ, ସଞ୍ଜୟ ରାଉତ, ପ୍ରଭାତ ରାଉତ, କରୁଣାକର ମିଶ୍ର, ବାମଦେବ ପାତ୍ର, ହରିହର ଜେନାଙ୍କ ସମେତ ବହୁ ମହିଳା ଓ ବୁଦ୍ଧିଜିବୀ ଯୋଗଦେଇ ଆଗାମି ବର୍ଷରେ ପଞ୍ଚାୟତର ବିକାଶ ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ଭତ୍ତା, ମନରେଗା ଯୋଜନା, ହରିଶ୍ଚନ୍ଦ୍ର, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଆବାସ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇ ଗୃହିତ କରାଯାଇଥିଲା । ସେହିପରି ପଢ଼ିଆରିପଲ୍ଲୀ ପଞ୍ଚାୟତରେ ସରପଞ୍ଚ ସରପଞ୍ଚ ଅଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗ୍ରାମସଭାରେ ପିଇଓ, ଜିଆରଏସଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡସଭ୍ୟସଭ୍ୟା ଓ ବୁଦ୍ଧିଜିବୀ, ସମାଜସେବୀ ଓ ମହିଳା ପ୍ରତିନିଧିମାନେ ଯୋଗଦେଇ ବାର୍ଷିକ ଚିଠା ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ସେହିପରି ହାଟଡିହି ପୟ୍‌ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଚିନ୍ମୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଗ୍ରାମସଭାରେ ପିଇଓ ଶରତ ବେଜ, ଜିଆରଏସ ଅନନ୍ତ ସ୍ୱାଇଁ, ନାଏବ ସରପଞ୍ଚ ଗୀତା ଦାସ, କାମପାଳ ନାୟକ, ୱାର୍ଡସଭ୍ୟ, ସଭ୍ୟା ମାନେ ଯୋଗଦେଇ ଭତ୍ତା, ମନରେଗା ଯୋଜନା, ହରିଶ୍ଚନ୍ଦ୍ର, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଆବାସ ଯୋଜନା ସମ୍ପର୍କରେ ଆଲୋଚନା କରି ବାର୍ଷିକ ଚିଠା ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ