ସାନଖେମୁଣ୍ଡି ରେ ନୂତନ ଓକିଲ ସଙ୍ଘ ଗଠନ ସହ କର୍ମକର୍ତ୍ତା ଚୟନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକରେ ନୂତନ ଓକିଲ ସଙ୍ଘ ଗଠନ ସହ କର୍ମକର୍ତ୍ତା ଚୟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୁଧବାର ସାନଖେମୁଣ୍ଡି ବ୍ଲକ ମହାନଳା ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣ ଠାରେ ବରିଷ୍ଠ ଆଇନଯିବି ଚନ୍ଦ୍ରଦ୍ୱଜ ସିଂ ଙ୍କ ସଭାପତିତ୍ୱ ରେ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜକୁ 3 ବର୍ଷ ହେଲା କୋରାନ ମହାମାରୀ ଯୋଗୁଁ ବୈଠକ ଅନୁଷ୍ଠିତ ହୋଇପାରୁନଥିବା ବେଳେ ବୁଧବାର ଜରୁରୀ କାଳୀନ ଭାବେ ବୈଠକ ଅନୁଷ୍ଠିତ ହୋଇ ସମସ୍ତ ଆଇନଜୀବୀ ଙ୍କ ଉପସ୍ଥିତି ରେ ବରିଷ୍ଠ ଆଇନଯିବି ସୁରେଶ ଚନ୍ଦ୍ର ସାହୁ ଙ୍କୁ ସଭାପତି, ଅରବିନ୍ଦ ନାୟକ ଉପ ସଭାପତି, ମନୋଜ ମହାପାତ୍ର ସମ୍ପାଦକ, ପ୍ରଶାନ୍ତ ବରାଡ଼ ସହ ସମ୍ପାଦକ, ପ୍ରଶାନ୍ତ କୁମାର ଡାକୁଆ କୋଷାଧକ୍ଷ, ଚନ୍ଦ୍ରଦ୍ବଜା ସିଂ ଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା l ଏହି କାଯ୍ୟକ୍ରମ ରେ ଆଇନଯିବି ରବୀନ୍ଦ୍ର ବେହେରା, ସତ୍ୟ ନାରାୟଣ ରଥ, ବିଜୟ କୁମାର ପ୍ରଧାନ, ସଞ୍ଜୟ କୁମାର ପଣ୍ଡା, କିଶୋର ଗୌଡ଼, ସୁକାନ୍ତ କୁମାର ପ୍ରଧାନ, କୋରା ବିଷୋୟୀ, ଯୁଧିଷ୍ଠିର ପାତ୍ର, ବିପିନି ପଟ୍ଟନାୟକ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ l


