ଧନ୍ଦାମୂଳକ ଛାତ୍ରୀଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃଷିବିଭାଗର ଛାତ୍ରୀ ମାନେ ଶିଳ୍ପାନୁଷ୍ଠାନ (କୃଷିକ୍ଷେତ୍ର) ପରିଭ୍ରମଣ କରି ବିଭିନ୍ନ ଜ୍ଞାନକୌଶଳ ଉପରେ ଶିକ୍ଷା ଗ୍ରହଣ କରିଛନ୍ତି । ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣୀ ପାଣିଗ୍ରାହୀ ଓ କୃଷି ବିଭାଗର ଶିକ୍ଷୟତ୍ରୀ ଏ. କନ୍ୟା କୁମାରୀ ରେଡ୍ଡୀ ତତ୍ୱାବଧାନରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରୀ ମାନେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ଜୈବିକ କୃଷି କ୍ଷେତ୍ର ପରିଦର୍ଶନ କରି ସେଠାରେ ବିଭିନ୍ନ କୃଷି ଯନ୍ତ୍ରପାତିର ବ୍ୟବହାର, ଜୈବିକ କ୍ଷେତ ପ୍ରୟୋଗର ଉପାଦେୟତା ବିଷୟରେ ଜ୍ଞାନ ଆହୋରଣ କରିଥିଲେ । ଶିଳ୍ପାନୁଷ୍ଠାନ ପରିଭ୍ରମଣରେ ୭୦ ରୁ ଅଧିକ ଛାତ୍ରୀ ସାମିଲ ହୋଇଥିବା ବେଳେ ସେମାନଙ୍କ ଶିକ୍ଷାରେ ଏହା ବେଶ୍ ସହାୟକ ହେବ ବୋଲି ଶିକ୍ଷାବିତ୍ ମାନେ ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ