ଗାଇଗୋରୁଙ୍କ ଚର୍ମ ବିଣ୍ଡି ରୋଗର ନିରାକରଣ ଲାଗି ପ୍ରତିଷେଧକ ଟିକାକରଣ ଆରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଂଚଳ ମାନଙ୍କରେ ଗାଇଗୋରୁଙ୍କ ଚର୍ମ ବିଣ୍ଡି ରୋଗ ର ନିରାକରଣ ଲାଗି ପ୍ରାଣି ଚିକିତ୍ସା ବିଭାଗ ତରଫରୁ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ ରେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସଚେତନତା କରାଯାଉଛି । ଏହା ସହ ଏକ ଡାକ୍ତରୀ ଦଳ ବ୍ଲକର ବିଭିନ୍ନ ଗ୍ରାମାଂଚଳ ବୁଲି ଗାଇ ଗୋରୁମାନଙ୍କୁ ଟିକା ପ୍ରଦାନ କରୁଛନ୍ତି । ଛତ୍ରପୁର ବ୍ଲକର ୨୨ ଗୋଟି ଗ୍ରାମରେ ମୋଟ ୬୬ ଟି ଗୋରୁ ଏହି ରୋଗରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତନ୍ମଧ୍ୟରୁ ୩୯ ଗୋଟି ଗୋରୁ ସୁସ୍ଥ ହୋଇଯାଇଥିବା ବିଭାଗ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଏହା ବ୍ୟତୀତ ଛତ୍ରପୁର ବ୍ଲକର ସୁନ୍ଦରପୁର, ଟାଙ୍ଗଣାପଲ୍ଲୀ, ଚମାଖଣ୍ଡି, ଚିକଲଖଣ୍ଡି, ପୋଡାପଦର, କଣମଣା ଆଦି ଗ୍ରାମ ପଂଚାୟତରେ ୨୭୦୦ ଜଣ ଗୋରୁଙ୍କୁ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି ।


