ଗଞ୍ଜାମ ବ୍ଲକ ସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକର ସମନିତ୍ୱ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସଭାକକ୍ଷ ଠାରେ ସିଡିପିଓ ସଲୀଳା ପ୍ରଧାନ ଙ୍କ ପୌରହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ସମ୍ମାନିତ ଅତିଥି ରୂପେ ଗୋଷ୍ଟି ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନ, ତହସିଲଦାର ଅରୁଣ କୁମାର ନାୟକ, ଏବିଡ଼ିଓ ଭବାନୀ ଶଙ୍କର ପ୍ରଧାନ, , ପ୍ରାଧନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା ,ବିଏଲଏଫ ନେତ୍ରୀ ସେଲିନା କାଲପେପର ଯୋଗଦେଇ ବାଲ୍ୟ ବିବାହ କୁ କିପରି ରୋକିବା, , ଶିଶୁ ନିର୍ଯ୍ୟାତନା, ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନ,କନ୍ୟାଭୃଣ ହତ୍ୟା ରୋକିବା , ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର , ସ୍ୱାସ୍ଥ୍ୟ ,ଶିକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ କନ୍ୟା ଜନ୍ମ ଦେଇଥିବା ମାଆ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ନିର୍ଭଆ କଢି ଓ ଦେଶଆତ୍ମକ ନୃତ୍ୟ ପରିବେଷଣ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମରେ କିଶୋର ବାଳକ ଓ ବାଳିକା ମାନେ ଶିଶୁ ବିକାଶ ନେଇ ଭବିଷତରେ ନିଜକୁ ଉତ୍ତମ ନାଗରିକ ଭାବେ ନିଜକୁ ଗଢି ତୋଳିବାକୁ ଶପଥ ନେଇଥିଲେ l ଏହି କାର୍ଯ୍ୟକ୍ରମକୁ ଅଙ୍ଗନବାଡି କର୍ମୀ ବବିତା ପଣ୍ଡା ସଂଯୋଜନା କରିଥିବା ବେଳେ,ଧନ୍ୟବାଦ ଅର୍ପଣ କରିଥିଲେ ଅଙ୍ଗନାବାଡ଼ି କର୍ମୀ ବବିତା ସେଠି। ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ଟାସ୍କଫୋର୍ସ କମିଟି ସଦସ୍ୟ ଉପସ୍ଥିତ ଥିଲେ।


