ମାଣ୍ଡିଆ ଚାଷୀଙ୍କ ପଞ୍ଜିକରଣ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ସ୍ବେଛାସେବୀ ଅନୁଷ୍ଠାନ ସିସିଡ଼ି , ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଓଡିଶା ମିଲେଟ ମିଶନର ମିଳିତ ସହଯୋଗରେ କାଶୀନଗର ବ୍ଲକରେ ମାଣ୍ଡିଆ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ କାଶୀନଗର ତହସିଲଦାର ଶ୍ରୀ ଆଶିଷ ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହି ସଚେତନ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର କର୍ମକର୍ତ୍ତା , ଅତିରିକ୍ତ କୃଷି ଅଧିକାରିଣୀ , କୃଷକ ସାଥି ଓ ଚାଷୀ ମାନଙ୍କ ସମେତ ସିସିଡ଼ି ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ.ଏହି ସଚେତନତା ରଥ ଗତକାଲି ଠାରୁ ଆସନ୍ତା ୧୮/୧୨/୨୦୨୨ ତାରିଖ ପର୍ଯ୍ୟନ୍ତ ବ୍ଲକ ଅନ୍ତର୍ଗତ ୮ଟି ପଞ୍ଚାୟତର ସମସ୍ତ ଗ୍ରାମକୁ ଗ୍ରାମ ବୁଲି ମାଣ୍ଡିଆ ଚାଷୀ ମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ସଚେତନ କରିବା ସହିତ ପଞ୍ଜିକରଣ ନିମନ୍ତେ ଆବଶ୍ୟକ ସମସ୍ତ ନଥିପତ୍ର ସଂଗ୍ରହ କରାଯିବ ବୋଲି ସିସିଡ଼ି ଅନୁଷ୍ଠାନର ବ୍ଲକ ସଂଯୋଜକ ଜଣାଇଥିଲେ ।ଚାଷୀମାନେ ସେମାନଙ୍କ ନିଜର ନାମ ପଞ୍ଜିକରଣ କରିବା ସହିତ ମଣ୍ଡିରେ କୁଇଣ୍ଟାଲ ପିଛା ୩,୫୭୮ ଟଙ୍କା ଦରରେ ଟି:ଡ଼ି:ସି:ସି:କୁ ବିକ୍ରି କରି ଚାଷୀମାନେ ମାଣ୍ଡିଆର ପ୍ରକୃତ ମୂଲ୍ୟ ପାଇ ପାରିବେ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ