ଆଗେଇ ଚାଲିଛି ଗୁଣପୁର ଭୂତେଶ୍ୱର ଶ୍ମଶାନଘାଟ ଉନ୍ନତିକରଣ

ଗୁଣପୁର (ୱାଇ ଏନ ଏସ): ଅନେକ ବର୍ଷରୁ ଅବହେଳିତ ହୋଇ ପଡିରହିଥିବା ଗୁଣପୁର ସହରର ମୁଖ୍ୟ ଭୂତେଶ୍ଵର ଶ୍ମଶାନ ଘାଟର  ବିକାଶ ଆଗେଇ ଚାଲିଛି। ୩୯ ଲକ୍ଷ ଟଙ୍କା ବ୍ୟୟରେ ପୋୖର ପାଳିକା ପକ୍ଷରୁ  ଉନ୍ନତି କରଣ କାର୍ଯ୍ୟ ଜାରି ରହିଥିବା ବେଳେ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି କାର୍ଯ୍ୟ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଆଚାରି କହିଛନ୍ତି  । ଶ୍ମଶାନଘାଟ ଉନ୍ନତିକରଣ ବହୁ ଦିନରୁ ହୋଇନଥିଲା । ଯେହେତୁ ବର୍ତ୍ତମାନ ଶ୍ମଶାନଘାଟକୁ ଲାଗି ଜନବସତି ପାଖେଇ ଆସୁଥିବାରୁ ଏହାର  ଆଧୁନିକ କରଣର ଆବଶ୍ୟକତା ବଢିଯାଇଛି। ବର୍ତ୍ତମାନକୁ  ଏହାର ଉନ୍ନତିକରଣ ପାଇଁ ୩୯ ଲକ୍ଷ ଟଙ୍କା ଅଟକଳରେ ଟେଣ୍ଡର ମାଧ୍ୟମରେ କାମ କରାଯାଉଛି । ଏହି ପ୍ରକଳ୍ପକୁ ଗୁଡାରୀର ସୀମାଦ୍ରୀ ତ୍ରିନାଥ ଠିକା ନେଇଛନ୍ତି। ବର୍ତ୍ତମାନ ଶବଦାହ ପାଇଁ ଆସୁଥିବା ଶୋକସନ୍ତପ୍ତ ପରିବାର ବର୍ଗ ଓ ଲୋକ ବସିବା ପାଇଁ ବିଶ୍ରାମଗାର  ସମ୍ପୁର୍ଣ୍ଣ ହୋଇଥିବା ବେଳେ ନଦୀ ବନ୍ଧ ଠାରୁ ଭୂତେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଫେବର ବ୍ଲକ ରାସ୍ତା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାହାଦ୍ୱାରା ସ୍ଵର୍ଗରଥ ଗାଡି ସହ ଅନ୍ୟାନ୍ୟ ଯାନବାହାନ ନିମନ୍ତେ ସୁବିଧା ହୋଇପାରିବ।ସ୍ନାନଗାର କାମ ଜାରି ରହିଥିବା ବେଳେ ପରିବେଶ ସୁରକ୍ଷିତ ଉପରେ ଗୁରୁତ୍ୱ ଦିଆଯାଇ ଅଳ୍ପ ବୃକ୍ଷରୋପଣ କରାଯାଇଛି। ସେହିପରି ନିକଟରେ ଥିବା ଖ୍ରୀଷ୍ଟୟାନ ସମ୍ପ୍ରଦାୟର ମଶାଣିକୁ ମଧ୍ୟ ରାସ୍ତା ନିର୍ମାଣ ପାଇଁ ଯୋଜନା ରହିଛି। ନଦୀ ବନ୍ଧକୁ ଲାଗିକି ରହିଥିବା ପାହାଚ ଗୁଡିକର ଉନ୍ନତି କରଣ ସହ ଆବଶ୍ୟକ ଆଲୋକୀରଣ କରିବା ନିମନ୍ତେ ପରିକଳ୍ପନା କରାଯାଇଥିବା ନେଇ ପୋୖର କତ୍ତୃପକ୍ଷ ସୂଚନା ଦେଇଛନ୍ତି।  ଶ୍ମଶାନଘାଟର ଉନ୍ନତି ଏକ ଜରୁରୀ ଓ ପବିତ୍ର କାର୍ଯ୍ୟ ହୋଇଥିବାରୁ ମୁରଲୀ ଗୌଡ଼ ଭଳି ସଚେତନ ନାଗରିକ ନିୟମିତ ଅଞ୍ଚଳ ପରିଦର୍ଶନ କରି ଉନ୍ନତି କରଣ କାର୍ଯ୍ୟର ଗୁଣବତ୍ତା ତଦାରଖ କରୁଛନ୍ତି।   ଏହା ବ୍ୟତୀତ ରାତିରେ କାର୍ଯ୍ୟ ପାଇଁ ବିଦ୍ୟୁତ ସଂଯୋଗ ଓ ସୋଲାର ଲାଇଟ୍ ବ୍ୟବସ୍ଥା,ଗାଡ଼ିମୋଟର ରଖିବା ପାଇଁ ପାର୍କିଂ ସ୍ଥଳ, ପରିବେଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବୃକ୍ଷରୋପଣ ଓ ସବୁଜିମା ରକ୍ଷା, ଶାନ୍ତ ଓ ପବିତ୍ର ପରିବେଶ ପାଇଁ ଫୁଲ ବଗିଚା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ଅନୁରୂପ ଭାବରେ ପୁରୁଣା ଗୁଣପୁର, ମରାଠୀଗୁଡା, କତାଲୁଗୁଡାର ଶ୍ମଶାନଘାଟର ଉନ୍ନତି ପାଇଁ ମଧ୍ୟ ପୋୖର ପରିଷଦ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ