ବୋରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍ ମ୍ୟାଚ୍ ; ଭଞ୍ଜନଗର ବିଜୟୀ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ବୋରୀ ଗ୍ରାମରେ ୟଙ୍ଗ୍ ଜେନେରେସନ୍ କ୍ରିକେଟ୍ କ୍ଳବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ୍ ମ୍ୟାଚ୍ ରେ ଭଞ୍ଜନଗର ଟିଏମସିସି କ୍ରିକେଟ୍ ଟିମ୍ ବୋରୀ ୟଙ୍ଗ୍ ଜେନେରେସନ୍ କ୍ରିକେଟ୍ ଟିମ୍ କୁ ୨୩ ରନ୍ ରେ ପରାସ୍ତ କରି ଟାଇଟେଲ୍ ହାତେଇଛି I ଆଜି ଭଞ୍ଜନଗର ଟିଏମସିସି କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ବାର ଓଭର୍ ରେ ୧୭୫ ରନ୍ କରିଥିବା ବେଳେ ବୋରୀ ୟଙ୍ଗ୍ ଜେନେରେସନ୍ କ୍ରିକେଟ୍ ଟିମ୍ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ନିର୍ଦ୍ଧାରିତ ବାର ଓଭର୍ ରେ ମାତ୍ର ୧୫୨ ରନ୍ କରିବାକୁ ସକ୍ଷମ ହୋଇଥିଲା I ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ଏବଂ ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ଭଞ୍ଜନଗର ଟିମ୍ କୁ ବିଜେତା ଟ୍ରଫି,ପୁରସ୍କାର ରାଶି ଏବଂ ବୋରୀ ଟିମ୍ କୁ ଉପବିଜେତା ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ I ଦୁଇ ପ୍ରତିଭାବାନ୍ ଖେଳାଳି କିସାନ୍ ଏବଂ ରାଜ୍ ଯଥାକ୍ରମେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ହାସଲ କରିଥିଲେ I ଲୁଚିତ୍ କୁମାର ବିଷୋୟୀ ଏବଂ ବିରୁପାକ୍ଷ ଗୁରୁ ଟୁର୍ଣ୍ଣାମେଣ୍ଟ୍ କୁ ପରିଚାଳନା କରିଥିବାବେଳେ ୟଙ୍ଗ୍ ଜେନେରେସନ୍ କ୍ରିକେଟ୍ କ୍ଳବ୍ ର ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ