ବେଲଗୁଣ୍ଠା ଅଙ୍ଗନୱାଡି କର୍ମୀ ସଂଘର ବ୍ଳକ୍ ଅଧ୍ୟକ୍ଷ ଏବଂ ବିଧାୟକଙ୍କୁ ସ୍ମାରକ ପତ୍ର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବିଭିନ୍ନ ଦାବି ନେଇ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନ୍, ବେଲଗୁଣ୍ଠା ବ୍ଳକ୍ ତରଫରୁ ବିଭିନ୍ନ ଅଭିଯୋଗ ନେଇ ଆଜି ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି I ଅଙ୍ଗନୱାଡି କର୍ମୀ ସଂଘର ଅଭିଯୋଗ ପ୍ରକାରେ ସେମାନେ ସରକାରଙ୍କର ସମସ୍ତ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଅଙ୍ଗନୱାଡ଼ି କର୍ମୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି I ସେହିପରି ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କ ପାଇଁ ଆସୁଥିବା ଜଳଖିଆ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପାଇଁ ଆସୁଥିବା ଅନୁଦାନ ନିଅଣ୍ଟିଆ ପଡୁଥିବାରୁ ବହୁସମୟରେ ଅଙ୍ଗନୱାଡିମାନେ ନିଜ ସୀମିତ ଭତ୍ତାରୁ କାଟି ଏହି କାର୍ଯ୍ୟକ୍ରମ ଗୁଡ଼ିକୁ ପରିଚାଳନା କରୁଛନ୍ତି I ତେଣୁ ଗତ ୨୧ ତାରିଖରୁ ନିଜର ଦରମା ବୃଦ୍ଧି ସହିତ ସେମାନଙ୍କର ଅନ୍ୟାନ୍ୟ ଦାବି ପୂରଣ ପାଇଁ ଅଙ୍ଗନୱାଡ଼ି କର୍ମୀ ମାନେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି I କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କ ଦାବିପ୍ରତି କର୍ଣ୍ଣପାତ କରୁନଥିବାରୁ ଅଙ୍ଗନୱାଡ଼ି କର୍ମୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି I ସେମାନଙ୍କୁ ନିଜ ପ୍ରାପ୍ୟ ହାସଲରେ ସହଯୋଗ ଏବଂ ସମର୍ଥନ କାମନା କରି ସଭାନେତ୍ରୀ କବିତା କୁମାରୀ ସାହୁ ଏବଂ ସମ୍ପାଦିକା ମମତା ପାଣିଗ୍ରାହୀଙ୍କ ନେତୃତ୍ୱରେ ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଆଜି ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ଏବଂ ସୋରଡ଼ା ବିଧାୟକଙ୍କୁ ସାକ୍ଷାତ୍ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ