କାକଟମଙ୍ଗଳା କ୍ଲବରେ ବନ୍ଧୁ ମିଳନ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ବହୁ ପୁରାତନ କାକଟ ମଙ୍ଗଳା କ୍ଲବରେ ଶୁକ୍ରବାର ଅପରାହ୍ନରେ ଏକ ବନ୍ଧୁ ମିଳନ ଉତ୍ସବ କ୍ଲବର ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଅତିଥି ଭାବେ ଯୋଗଦେଇ କାକଟମଙ୍ଗଳା କ୍ଲବ ସହରର ବିକାଶରେ ସାମିଲ ହୋଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରୁ ବୋଲି ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି କ୍ଲବର ସଦସ୍ୟମାନେ ଆଗେଇ ଆସିବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । କ୍ଲବର ଆବଶ୍ୟକତା ପାଇଁ ବିଧାୟକ ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିଥିବା ବେଳେ ଆଗାମୀ ଦିନରେ ଆହୁରି ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଉତ୍ସବରେ କ୍ଲବର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ କୈଳାସ ଚନ୍ଦ୍ର ସାହୁ, କାଉନସିଲର ଚୈାଧୁରୀ ସୁକୁମାର ଦାସ, ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ସାହୁ, ହାଡିବନ୍ଧୁ ସିଂ, ସାମ୍ବାଦିକ ପରେଶ ଦାସ, ଅକ୍ଷୟପ୍ରିୟ ଦାସ, ନାରାୟଣ ସାହୁ, ଗୈାତ୍ତମ ସାହୁ, ସତ୍ୟପ୍ରିୟ ଦାସ, ଉମାକାନ୍ତ ଜେନା ପ୍ରମୁଖ କ୍ଲବର ବିଭିନ୍ନ ସମସ୍ୟା ବିଧାୟକ ନିକଟରେ ଉପସ୍ଥାପନା କରିଥିଲେ । ଶେଷରେ ସହ ସମ୍ପାଦକ ଅକ୍ଷୟ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ