ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଷ୍ଟାଡିଯମ ପରିସର ରେ ଛତ୍ରପୁର ସଂକୁଳର(ଗୋପାଳପୁର, ରମ୍ଭା,ଛତ୍ରପୁର, ଗଞ୍ଜାମ, ନରେନ୍ଦ୍ରପୁର ଓ ଭଂଜବିହାର) ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ମୁଖ୍ୟଅତିଥି ରୁପେ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଏବଂ ସମ୍ମାନୀତ ଅତିଥି ରୁପେ ଯୁବ ସମାଜସେବୀ କେ ଚନ୍ଦ୍ରଶେଖର ରେଡ୍ଡୀ (ଶେଖ ଭାଇ)ଯୋଗ ଦେଇ ଦୀପ ପ୍ରଜ୍ଜଳନ କରିବା ସହ ସମସ୍ତ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କ୍ରୀଡାରେ ଛତ୍ରପୁର ସଂକୁଳର ୬ଟି ବିଦ୍ୟାଳୟ ଯଥା ଛତ୍ରପୁର, ଗଞ୍ଜାମ, ରମ୍ଭା, ନରେନ୍ଦ୍ରପୁର, ଭଞ୍ଜବିହାର, ଗୋପାଳପୁରର ପ୍ରାୟ ୩୬୩ ଜଣ ଶିଶୁ ଭାଗ ନେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟର ୨୨ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କ୍ରୀଡା ଛତ୍ରପୁର ସଂକୁଳର ସଂକୁଳ ସଂଯୋଜନ ରବୀନ୍ଦ୍ର ନାଥ ଦାଶ ଏବଂ ସଂକୁଳ ପ୍ରମୁଖ ଡ. ଜେ.କୁର୍ମା ରାଓଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଉପେନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏହି କ୍ରୀଡାରେ କମିଟିର ସମ୍ପାଦକ ତଥା ବରିଷ୍ଠ ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ, ଉପସଭାପତି ଗୀତାପାଢୀ, କୋଷାଧ୍ୟକ୍ଷ ଏ . ରାବଣା ରାଓ , ଗଞ୍ଜାମର ପ୍ରଧାନାଚାର୍ଯ୍ୟ ଆଦିତ୍ୟ ମହାପାତ୍ର , ରମ୍ଭାର ପ୍ରଧାନାଚାର୍ଯ୍ୟ ଶ୍ରୀଧର ପ୍ରଧାନ, ନରେନ୍ଦ୍ରପୁରର ପ୍ରଧାନାଚାର୍ଯ୍ୟ ତ୍ରିନାଥ ନାୟକ, ଭଞ୍ଜବିହାର ପ୍ରଧାନାଚାର୍ଯ୍ୟ ସନ୍ତୋଷ କୁମାର ମିଶ୍ର , ଗୋପାଳପୁର ର ପ୍ରଧାନାଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅମୂଲ୍ଯ କୁମାର ନାୟକ ଯୋଗଦେଇ ବିଜୟୀ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ପ୍ରଦାନ କରି ଖେଳାଳୀ ମାନଙ୍କ ମନୋବଳକୁ ବୃଦ୍ଧିି କରିଥିଲେ। ସଂକୁୁଳ ଶାରିରୀକ ଆଚାର୍ଯ୍ୟ ଚତୁର୍ଭୁଜ ତ୍ରିପାଠୀ ବୃତ୍ତ ପଠନ କରିଥିଲେ । ଶେଷରେ ବିଦ୍ୟାଳୟର ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିବା ସହ କ୍ରିଡ଼ାରେ ବିଜୟୀ ହେଇଥିବା ଶ୍ରେଷ୍ଠ ଖେଳାଳୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ