ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅସିଆ ଠାରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଧାଗୋବିନ୍ଦ ଫାଉଣ୍ଡେସନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହଦଗଡ ରେଞ୍ଜର ସୁମିତ ମହାନ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ଅସିଆ, ଛେନାପଦି, ଗଳିଗୋପାଳପୁର ଗ୍ରାମର ତିନିଶହରୁ ଉର୍ଦ୍ଧ ଅସହାୟ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ପୁରୁଷୋତ୍ତମ ମହାନ୍ତି, ଅରୁପ ରାଉତ, ହେମନ୍ତ କୁମାର ମହାନ୍ତି, ରାଜେଶ ମହାନ୍ତି, ସ୍ୱୟଂ ପ୍ରକାଶ ମିଶ୍ର, ଆକାଶ ବେହେରା, ପଙ୍କଜ ବେହେରା, ସୁଶାନ୍ତ ଜେନା, ନଳିନିକାନ୍ତ ମହାନ୍ତି, ସ୍ମୃତି ରଞ୍ଜନ ରାଉତ, ଚିତ୍ତରଞ୍ଜନ ମଲ୍ଲିକ, ରାଜ କିଶୋର ସ୍ୱାଇଁ, ରାଜ କିଶୋର ପରିଡା ପ୍ରମୁଖ କାର୍ଯର୍୍ୟକ୍ରମ ପରିଚାଳନା କରିଥିଲେ ।