ଆରସିଏମ କଲେଜ ର ଅବସର ପ୍ରାପ୍ତ କର୍ମଚାରୀ ସଚ୍ଚି ମହାପାତ୍ର ଙ୍କ ପରଲୋକ
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଖଲ୍ଲିକୋଟ ରାଜଗୁରୁ ଙ୍କ ଦାୟାଦ ତଥା ସ୍ଥାନୀୟ ଆରସିଏମ କଲେଜ ର ଅବସର ପ୍ରାପ୍ତ କର୍ମଚାରୀ ସଚ୍ଚିଦାନନ୍ଦ ମହାପାତ୍ର ଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଗତକାଲି ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ପାର୍ଥିବ ଶରୀର କୁ ଖଲ୍ଲିକୋଟ ସ୍ଥିତ ନିଜ ବାସଭବନ କୁ ଅଣାଯିବା ପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସ୍ବର୍ଗତ ସଚ୍ଚି ମହାପାତ୍ର ଜଣେ ଛାତ୍ର ବଞ୍ଛଳ,ପରୋପକାରୀ, ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କର ବିୟୋଗରେ ସମଗ୍ର ଖଲ୍ଲିକୋଟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।


