ୟୁରୋ ସ୍କୁଲ ର ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ଛତ୍ରପୁର, (ଦେବଦତ୍ତ ମହାରଣା):ୟୁରୋ ସ୍କୁଲ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଚାଲିଥିବା ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ଦି ନ୍ୟୁ ଏଜ ଏ ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର ଙ୍କ ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଦୌଡ଼, ମ୍ୟୁଜିକାଲ ଚ୍ୟାୟର, ଲେମ୍ବୁ ଚାମଚ ସହ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ର ମୁଖ୍ୟ ତଥା ଯୁବ ଆଇନଜୀବୀ ରଞ୍ଜନ କୁମାର ମହାପାତ୍ର,ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ର, କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ଗୈାଡ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ /ଶିକ୍ଷୟତ୍ରୀ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।


